Breaking News

କାର ମୋଟରସାଇକଲ ମୁହାଁମୁହିଁ ଧକ୍କା , ଦୁଇ ଗୁରୁତର ଆହାତ




କୋଦଳା : ମଙ୍ଗଳବାର ସକାଳୁ ସକାଳୁ କୋଦଳା ଏନଏସି ଲୁହାଶଙ୍ଖ ବାଲି ଢ଼ାବା ନିକଟରେ ଏକ ମୋଟରସାଇକଲ ସହିତ ଏକ କାର ର ମୁହାଁମୁହିଁ ଧକ୍କା ହେବା ଫଳରେ ମଟର ସାଇକେଲ ଆରୋହୀ ଦୁଇଜଣ ଗୁରୁତର ଆହାତ ହୋଇ ବ୍ରହ୍ମପୁର ମେଡିକାଲ ରେ ଚିକିଛିତ ହେଉଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବେଗୁନିଆପଡା ବି.ନୂଆପଲି ଗ୍ରାମର ଅଶୋକ ନାୟକ ଓ ଜ୍ୟୋସ୍ନା ନାୟକ ନିଜର ମୋଟରସାଇକଲ ଯୋଗେ ବାରସର ଅଭିମୁଖେ ଯାଉଥିବା ସମୟରେ ସମ୍ମୁଖ ରାସ୍ତାରୁ ଖଲ୍ଲିକୋଟ ଯାଉଥିବା କାର ସହ ଧକ୍କା ହୋଇଥିଲା ।ମୋଟରସାଇକଲ ଆରୋହୀ ସେଠାରେ ଛିଟିକି ପଡ଼ିଥିଲେ । ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ଲୋକେ 108 ଆମ୍ବୁଲାନସ ଡାକି କୋଦଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତିକରିଥିଲେ ।  କିନ୍ତୁ ଦୁହିଁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା । 
ଏହି ଦୁର୍ଘଟଣାରେ ଅଶୋକ ର ଡାହାଣ ଗୋଡ ଭାଙ୍ଗି ଯାଇଥିବାବେଳେ ,ଜ୍ୟୋଷ୍ଣା ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଦୁଇଟି ଗାଡି ଜବତ କରିବା ସହ ପ୍ରାଥମିକ ତଦନ୍ତ ଜାରି ରଖିଛି   ।
ଗଞ୍ଜାମ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,୮/୬/୨୦୨୧---- 
Sakhigopal News,8/6/2021

Blog Archive

Popular Posts