Breaking News

ଚାଷୀ ମାନଙ୍କର ବହୁ ଦିନର ଦାବି ପୂର୍ଣ୍ଣ ହେଲା ; ଲୁଣା ନଦୀ ଖନନ ଆରମ୍ଭ ହେଲା,ଚାଷୀ ମାନେ ମୁଖ୍ୟମନ୍ତ୍ରୀ ଓ ସତ୍ୟବାଦୀ ବିଧାୟକଙ୍କୁ ଧନ୍ୟବାଦ ଦେଲେ


 ସାକ୍ଷୀଗୋପାଳ-----ଚାଷୀ ମାନଙ୍କର ବହୁ ଦିନର ଦାବି ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ଶିଘ୍ର ପୂର୍ଣ୍ଣ କରିବାକୁ ଯାଉଛନ୍ତି ବୋଲି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସରକାରୀ ପ୍ରାଥମିକ ବିଦ୍ୟାଳୟ ଜଘାଁର ଠାରେ ଅନୁଷ୍ଠିତ ଏକ ସଭାରେ କହିଛନ୍ତି । କଣାସ ବ୍ଳକ ଓ ଡେଲାଙ୍ଗ ବ୍ଳକର ପ୍ରାୟ ୬୭ଟି ଗ୍ରାମର ଶତାଧିକ ଚାଷୀ ମାନେ ଲୁଣା ନଦୀ ଯୋଗୁ ସେମାନଙ୍କର ରୋଜଗାର ହରାଇ ବସିଛନ୍ତି । ଏ ସମ୍ପର୍କରେ ବିଧାୟକ ଶ୍ରୀ ସାମନ୍ତରାୟ ଙ୍କ ପ୍ରଚେଷ୍ଟା ଫଳରେ ଡେଲାଙ୍ଗ ବ୍ଳକର ନାଗଣ ଠାରୁ ଯୁଇଲୁଣ୍ଡା ପର୍ଯ୍ୟନ୍ତ ଓ ଯୁଇଲୁଣ୍ଡା ଠାରୁ ମୁନିନ୍ଦା ସେତୁ ପର୍ଯ୍ୟନ୍ତ ଦୁଇଟି ପ୍ରକଳ୍ପ ମଞ୍ଜୁର ହୋଇଛି । ଏଥିପାଇଁ ଜଳ ନିଷ୍କାସନ ବିଭାଗ ପକ୍ଷରୁ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଲୁଣା ନଦୀ ପୁନଉଦ୍ଧାର କରାଯିବ । ଯାହା ଫଳରେକି କଣାସ ଓ ଡେଲାଙ୍ଗ ଅଞ୍ଚଳର ଶତାଧିକ ଚାଷ ଜମି ବନ୍ୟା ଜଳ ନିଷ୍କାସନ ହେବା ସହିତ ଖରାଦିନରେ ଚାଷୀ ମାନେ ଫସଲ କରି ପାରିବେ ବୋଲି ବିଧାୟକ ଶ୍ରୀ ସମାନ୍ତରାୟ କହିଥିଲେ । ଅନୁଷ୍ଠିତ ସଭାରେ ଅଧିକ୍ଷଣଯନ୍ତ୍ରୀ ସନ୍ତୋଷ କୁମାର ସ୍ୱାଇଁ, ନିବାହୀଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାସ, ସହକାରୀ ନିର୍ବାହୀଯନ୍ତ୍ରୀ ଦେବେନ୍ଦ୍ର ଷଡଙ୍ଗୀ, ସହକାରୀ ଯନ୍ତ୍ରୀ ପି,କେ,ଜେନାଙ୍କ ସହିତ ଓସିସି କମ୍ପାନୀର ବରିଷ୍ଠ ପରିଚାଳକ କିଶୋରି ମଣି ଦାସ, ପରିଚାଳକ ଚିତ୍ତରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଥିବା ଚାଷୀ ମାନଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ୧୫ କି,ମି ଲମ୍ବା ଓ ୪୦ ମିଟର ଚଉଡା ସହିତ ୨ ମିଟର ଗଭିରତା କରାଯିବ । ଏଥିପାଇଁ ଯେଉଁ ବଜ୍ୟବସ୍ତୁ ତଥା ମାଟି ପଙ୍କ ବାହାରିବ ସେ ଗୁଡିକ ପ୍ରଥମେ ସରକାରୀ ଯାଗାରେ ପକାଯିବ ପରେ ବେସରକାରି ଯାଗାରେ ପକାଯିବ ବୋଲି ଅଧିକ୍ଷଣଯନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଥିପାଇଁ ଏକ କମିଟି ଗଠନ ପ୍ରତି ଗ୍ରାମର ଦୁଇଜଣଙ୍କୁ ନେଇ ଏକ ପରିଚାଳନାକମିଟି ଓ କାର୍ଯ୍ୟର ତନଖି ପାଇଁ ଯାଞ୍ଚ କମିଟି ଗଠନ କରାଯାଇଛି । ଉପସ୍ଥିତଥିବା ଚାଷୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ସତ୍ୟବାଦୀ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୬/୨୦୨୧=----୪,୩୦  

 Sakhigopal News, 17/6/2021

Blog Archive

Popular Posts