ଚଳନ୍ତା ଟ୍ରକରୁ ଖସୁଛି ବଡବଡ ପଥରଖଣ୍ଡ, ତାଗିଦପରେ ପ୍ରଶାସନକୁ ଖାତିର କରୁନାହାନ୍ତି ଗାଡି ଚାଳକ
ଜଟଣୀ---- ଚଳନ୍ତା ପଥର ବୋଝେଇ ଟ୍ରକରୁ ବଡବଡ ପଥଋ ଖସୁଥିବା ଘଟଣା ଜଟଣୀ ସହରରେ ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନ ଚୁପ ହୋଇ ବସି ରହିଛି । ସ୍ଥାନୀୟ ଲୋକେ ଓ ପଥଚାରୀ ମାନେ ଭୟଭିତ ଅବସ୍ଥାରେ ଯାତାୟତ କରୁଛନ୍ତି । ଅଧିକାଂଶ ସମୟରେ ଅଳ୍ପକେ ବଞ୍ଚି ଯାଉଥିବା ପଥଚାରୀ । ବ୍ୟବସାୟୀକ ସହର ଜଟଣୀରେ ବାରମ୍ବାର ମରଣାତ୍ମକ ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ କୈାଣସି କଡା ଆଭିମୂଖ୍ୟ ଗ୍ରହଣ କରୁନଥିବା ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହେଉଛି । ଶୁକ୍ରବାର ପୁର୍ବାହ୍ନରେ ଏକ ପଥର ବୋଝେଇ ଟିପର ଖୋର୍ଦ୍ଧାରୁ ପିପିଲି ଅଭିମୂଖେ ଯାଉଥିବା ବେଳେ ଜଟଣୀ ସୀତାରାମଛକ ନିକଟରେ ସେଥିରୁ ରାସ୍ତାରେ ପଥରଖଣ୍ଡ ଖସିପଡିଥିଲା । ଉକ୍ତ ଟିପର ପଛପଟେ ଯାଉଥିବା ୨ଜଣ ବାଇକ ଚାଳକ ଜିବନବିକଳରେ ରାସ୍ତାକଡକୁ ବାଇକସହିତ ଖସିଯାଇଥିଲେ । ବାଇକ ଚାଳକଦ୍ୱୟ ସାମାନ୍ୟ ଆହତ ହୋଇଥିଲା ବେଳେ ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବର୍ତିଯାିଇଛନ୍ତି । ସେହିପରି ୨୦୨୦ ମସିହା ଯାନୁୟାରୀ ମାସ ୩ତାରିଖ ସଂଧ୍ୟା ଓ ଫେବୃୟାରୀ ମାସ ୧୦ ତାରିଖ ଭୋର ସମୟରେ ଏହିପରି ପଥର ଖସିଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ସେଥି ମଧ୍ୟରୁ ଡମ୍ଫର ଟ୍ରକ ନଂ(ଓଡି ୨୩ ଇ ୧୬୭୦)କୁ ପୁଲିସ ଅଟକ ରଖିଥିଲା । ଗତବର୍ଷ ଲକଡାଉନ ସମୟରେ ଚଳନ୍ତା ଟ୍ରକରୁ ଏକ ବିରାଟକାୟ ପଥରଖଣ୍ଡ ଖସିପଡିବା ଫଳରେ ଟ୍ରକ ପଛପଟେ ଯାଉଥିବା ଜଣେ ସାଇକେଲ ଆରୋହୀଙ୍କ ଅଳ୍ପକେ ଜିବନ ବଚିଂଯାଇଥିବା ପ୍ରତ୍ୟେକ୍ଷ ଦର୍ଶିଙ୍କଠାରୁ ସୁଚନାମିଳିଥିଲା । ମାତ୍ର ଏହିଘଟଣା ଏଠାରେ ବାରମ୍ବାର ଘଟୁଥିବା ବେଳେ ପ୍ରଶାସନ ପକ୍ଷରୁ କୈାଣସି ପ୍ରତିବନ୍ଧକ ଲଗାଯାଉନାହିଁ । ଜଟଣୀ ସହରରେ ପୁଲିସ ପଶାସନ, ତହସିଲ ଓ ରାଜସ୍ୱ ବିଭାଗ ଆଖିରେ ଧୁଳିଦେଇ ପଥର ମାଫିଆମାନେ ଦିନରାତି ବେଆଇନ ମୋରମ, ମାଙ୍କଡାପଥର, ବାଲି ଇତ୍ୟାଦି ଚୋରା ଚାଲାଣ କରୁଛନ୍ତି । ପ୍ରଶାସନ ସବୁ ଜାଣି ନଜାଣିବାର ଅଭିନୟ କରୁଛନ୍ତି ବୋଲି ଲୋକମାନେ କହନ୍ତି । ତୁରନ୍ତ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି ।
ଜଟଣୀରୁ ରଙ୍ଗନାଥ ବେହେରା, ୫/୬/୨୦୨୧---୯,୪୦
Sakhigopal, News