ବଜ୍ରପାତରେ ଯୁବକଙ୍କ ମୃତ୍ୟୁ
ଡେଲାଙ୍ଗ --- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ପଞ୍ଚାୟତର ସେବତୀପୁର ପଶ୍ଚିମପାରି ଗ୍ରାମର ପ୍ରକାଶ ବିଶ୍ୱାଳଙ୍କ ପୁଅ ବିଶ୍ୱଜିତ ବିଶ୍ୱାଳ (୨୦)ଙ୍କ ଅପରାହ୍ନ ସମୟରେ ବଜ୍ରପାତରେ ମୃତ୍ୟୁ ହୋଇଯାଇଛି । ବିଶ୍ୱଜିତ ଘରପାଖରେ ପରିସ୍ରା କରୁଥିବା ସମୟରେ କାଳବୈଶାଖୀ ଯୋଗୁ ବଜ୍ରପାତ ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବିଶ୍ୱଜିତ ଙ୍କ ଅକାଳ ବିୟୋଗରେ ସ୍ଥାନିୟ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି । କଲ୍ୟାଣପୁର ପଞ୍ଚାୟତ ସରପଞ୍ଚ ବିଷ୍ଣୁପ୍ରିୟା ଜେନାତାଙ୍କ ପ୍ରତିନିଧି ସଞ୍ଜୟ କୁମାର ଜେନା ଓ ସମିତିସଭ୍ୟା ଜୟମାଳା ଭଟ୍ଟ ପ୍ରମୁଖ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସରକାରଙ୍କ ନିୟମଅନୁଯାଇ ମୃତକଙ୍କ ସମ୍ପର୍କିୟ୍କୁ କ୍ଷତି ପୁରଣ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୮/୬/୨୦୨୧