=ସତ୍ୟବାଦୀରେ ୪ଟି ସ୍ଥାନରେ ୬୫୦ ଜଣଙ୍କୁ ଟୀକା ପ୍ରଦାନ ପାଇଁ ନିଷ୍ପତି
ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ୪ଟି ସ୍ଥାନରେ କୋଭିଡ ଟୀକା କେନ୍ଦ୍ର ରେ ୬୫୦ଶହ ଜଣଙ୍କୁ ଟୀକା ପ୍ରଦାନ ପାଇଁ ଧାର୍ଯ୍ୟ କରାଯାଇଛି । ୪୫ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷ ମାନଙ୍କୁ ପ୍ରଥମ ପର୍ଯ୍ୟାୟ ଏହି ଟୀକା ପ୍ରଦାନ କରାଯିବ । ଟୀକା କେନ୍ଦ୍ର ଗୁଡିକକୁ ଆସିବା ସମୟରେ ନିଜର ବୟସ ପ୍ରମାଣ ପତ୍ର ଆଣିବେ ଓ ମାସ୍କ ବ୍ୟବହାର କରିବା ଅପରିହାର୍ଯ୍ୟ ସହିତ ସାମାଜି୍କ ଦୂରତା ବଜାୟ ରଖିବାକୁ ପଡିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଟିକା କେନ୍ଦ୍ର ଗୁଡିକ ହେଲାିବ । ବାରମାଣସାହି ଅଙ୍ଗନୱାଡି କେନ୍ଦ୍ରରେ ୨ଶହ ଜଣଙ୍କୁ, ଦାସବିଦ୍ୟାଧରପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ୨ଶହ, ନିଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟ ସାଣ୍ଢରାରେ ୨ଶହ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ , ସାକ୍ଷୀଗୋପାଳରେ ୫୦ ଜଣଙ୍କୁ ଟୀକା କରଣ କରାଯିବ ବୋଲି ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୬/୨୦୨୧---୮,୦୦ Sakhigopal, 8/6/2021