ସାଲେପାଲି ଗ୍ରାମ ର ଯୁବକ ମାନେ ମାସ୍କ ବଣ୍ଟନ କଲେ
ଭେଡେନ --- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅରେଗୁଡି ପଞ୍ଚାୟତ ସାଲେପାଲି ଗ୍ରାମ ର ଉତ୍ସାହି ଯୁବକ ସୌମୀତ୍ରୀ ସାହୁ, ଅନୀଲ ସାଥୁଆ ଓ ମନୋରଞ୍ଜନ ମେହେର ଙ୍କ ନେତୃତ୍ଵରେ ଘର କୁ ଘର ବୁଲି କରୋନା ମହାମାରୀ ଦ୍ଵିତୀୟ ଲହର ଲାଗି ରହିଥିବାରୁ ଓ କଟକଣା ଜାରି ହୋଇଥିବା ରୁ ଜନସାଧାରଣ ଙ୍କୁ ମାକ୍ସ ,ଓ ଗ୍ଲୋବସ ବଣ୍ଟନ କରିଥିଲେ। ଜନସାଧାରଣ ଙ୍କୁ ସାମାଜିକ ଦୂରତା ଅବଲମ୍ବନ କରିବା, ମାକ୍ସ ବ୍ୟବହାର କରିବା, ଆଦି କରୋନା ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଦେଖି ସାଲେପାଲି ଗ୍ରାମର ଜନସାଧାରଣ ପ୍ରସଂଶା କରିଛନ୍ତି। ସୌମୀତ୍ରି ସାହୁ କହିଛନ୍ତି, ଅରେଗୁଡି ପଞ୍ଚାୟତ ସମସ୍ତ ଗ୍ରାମ କୁ ଯାଇ କରୋନା ସଚେତନତା କାର୍ଯ୍ୟକ୍ରମ ଜାରି ରଖିବେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୮/୬/୨୦୨୧,୬,୪୦। Sakhigopal News 8/6/2021