ହସର ଆସର "ମାଧ୍ୟମରେ କରୋନା ସଚେତନା
ଜଟଣୀ ---- ଆମରି ସତ୍ୟ ଅନୁଷ୍ଠାନ ତରଫରୁ ଭରଚୁଆଲ ମାଧ୍ୟମରେ ଏକ ସ୍ବତନ୍ତ୍ର "ହସର ଆସର"ଅନୁଷ୍ଠିତ ହୋଇଯାଇଛି । ଆମରି ସତ୍ୟର ପ୍ରତିଷ୍ଠାତା ଡ଼ଃ ପ୍ରମୋଦ ଚନ୍ଦ୍ର ଦାସ ଏହି ଆସରକୁ ଉଦଘାଟନ କରି ସୁସ୍ଥ ସ୍ବାସ୍ଥ୍ୟ ନିମିତ୍ତ ହସର ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି ଆସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅବସର ପ୍ରାପ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ଧନେଶ୍ୱର ସାହୁ । ସେ ମଧ୍ୟ ସୁସ୍ଥ ଶରୀର ନିମିତ୍ତ ହସର ମହତ୍ତ୍ୱକୁ ପ୍ରତିପାଦିତ କରି ଆସରରେ ହସର ଲହରୀ ସୃଷ୍ଟି କରିଥିଲେ। ଏହି ଆସରରେ ୩୦ଜଣ କବି ଓ କବୟିତ୍ରୀ ସେମାନଙ୍କ ହସର ପସରା ଖୋଲି ସମସ୍ତଙ୍କୁ ହସର ଜୁଆରରେ ଭସାଇ ଦେଇଥିଲେ। ଯାହାଦ୍ୱାରା ବିଶ୍ୱରେ ଆତଙ୍କ ଖେଳାଇ ଥିବା କରୋନାର ଭୟ ତାଙ୍କୁ ସ୍ପର୍ଶ କରିପାରିନଥିଲା। ପ୍ରକୃତରେ ଏହା ସମସ୍ତେ ଅନୁଭବ କରିଥିଲେ ଯେତେ ଝଡ଼ ଝଂଜା ଆସୁନାଁ କାହିଁକି ପ୍ରତ୍ୟେକ କାର୍ଯ୍ୟ ବିଭୁଙ୍କ ଉଦ୍ୟେଶରେ ସମର୍ପଣ କରି ସର୍ବଦା ଖୁସିରେ ରହିଲେ ମନ, ପ୍ରାଣ ଓ ଶରୀରରେ ପୁଲକ ଆସିବ ଏବଂ କୋୖଣସି ରୋଗ ବ୍ୟାଧି ସ୍ପର୍ଶ କରିବ ନାହିଁ। କବି ମାନଙ୍କ ମଧ୍ୟରେ ଥିଲେ ଶ୍ରୀମତୀ ଶଶୀରେଖା ନାଥ ଶର୍ମା ,ଶ୍ରୀମତୀ ବିନତୀ ମିଶ୍ର,ଶ୍ରୀମତୀ ଜ୍ୟୋତି ପ୍ରଭା ପଟ୍ଟନାୟକ,ଶ୍ରୀମତୀ ବାସନ୍ତି ଦେଇ,ଶ୍ରୀମତୀ ନଳିନୀ ମହାପାତ୍ର,ଶ୍ରୀମତୀ ଅନିତା ଅଞ୍ଜଳି ନାୟକ,ଶ୍ରୀମତୀ ଦେବ୍ଜାନି ରାୟ,ଶ୍ରୀମତୀ ବୀଣା ପାଣି ଦେବୀ,ଶ୍ରୀ ପଦ୍ମନାଭ ପାଣିଗ୍ରାହୀ।,ଶ୍ରୀ ଆଦି ନାରାୟଣ ଖଣ୍ଡୁଆଳ,ଶ୍ରୀ ଜବାହରଲାଲ ସୁବୁଦ୍ଧି,ଇଂ ରାଜେନ୍ଦ୍ର ପ୍ରସାଦ ନାୟକ,ଶ୍ରୀ ଜିତ୍ ରଞ୍ଜନ ମହାପାତ୍ର,ଶ୍ରୀ ହରିଷ୍ ଚନ୍ଦ୍ର ପୃଷ୍ଟି,ଶ୍ରୀ କାନ୍ହୁ ଚରଣ ମିଶ୍ର,ଶ୍ରୀ ବାସୁଦେବ ସିଂ,ଶ୍ରୀ ବିକ୍ରମାଦିତ୍ୟ ବାରିକ,ଶ୍ରୀ ଦିଲ୍ଲୀପ କୁମାର ରଥ, ଚିନ୍ମୟୀ ପ ଲାଇ ,ଶ୍ରୀ ପଦ୍ମ ଲୋଚନ ସାହୁଓ ଶ୍ରୀ ଗୋରାଚାନ୍ଦ ସ୍ବାଇଁ। ଏହି କାର୍ଯ୍ୟକ୍ରମ୍କୁ ସଂଯୋଜନା କରିଥିଲେ ଡ଼ଃ ରଶ୍ମି ରଞ୍ଜନ ନାଥ ଓ ଶ୍ରୀମତୀ ରଶ୍ମିତା ନାୟକ।
ଜଟଣୀ --ରଙ୍ଗନାଥ ବେହେରା ,୮/୬/୨୦୨୧---୪,୪୦ Sakhigopal News,8/6/2021