ବନବାସୀ ସେବା ସମିତି ଦ୍ଵାରା କରୋନା ସଚେତନତା
କନ୍ଧମାଳ---- ଆଜି ବନବାସୀ ସେବା ସମିତି, ବାଲିଗୁଡ଼ା ଦ୍ଵାରା କରୋନା ସଚେତନତା ବାର୍ତ୍ତା ବହକ ଗାଡ଼ି ଓ ପୋଷ୍ଟର କ୍ୟାମ୍ପେନ କୁ ସ୍ଥାନୀୟ ତହସିଲଦାର ଶଶାଙ୍କ ଶେଖର ପାତ୍ର ପତାକା ଦେଖେଇ ଶୁଭାରମ୍ଭ କରିଛନ୍ତି । ସାନୀୟ ସି. ଡି.ପି.ଓ., ଅନିତା କୁମାରୀ ଦାଶ ଏବଂ ସମିତିର ସମ୍ପାଦକ, ଉତ୍ସବ ଚନ୍ଦ୍ର ଜେନା କାର୍ଯ୍ୟକ୍ରମ ରେ ଯୋଗଦେଇ କ୍ୟମ୍ପେନ ର ସଫଳତା କାମନା କରିଥିଲେ । ବାଲିଗୁଡ଼ା ବ୍ଲକର ସମସ୍ତ ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ କରାେନା ସଚେତନତାର ବାର୍ତାକୁ ଡ଼ାକବାଜି ଯୋଗେ ତଥା ପୋଷ୍ଟର, ଲିଫଲେଟ୍, ଫ୍ଲେକ୍ସ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ସହିତ ସ୍ବେଚ୍ଛାସେବୀ ମାନଙ୍କ ଦ୍ଵାରା ଲୋକମାନଙ୍କୁ ଟୀକାକରଣ ପାଇ ଆଗ୍ରହ ସୃଷ୍ଠି କରାଯିବ ବୋଲି ଅନୁଷ୍ଠାନର ସହ ସମ୍ପାଦକ, ରବୀନ୍ଦ୍ର କୁମାର ପଣ୍ଡା ଜଣାଇଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱଜିତ୍ ଜେନା, ଦେବରାଜ, ସୁଜିତ୍, ରୋହିତ ଆଦି ଭାଗ ନେଇଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ,୮/୬/୨୦୨୧---୪,୪୫ Sakhigopal News,8/6/2021