Breaking News

ସତ୍ୟବାଦୀରେ ଗାଡି ମଟର ଏମଭିଆଇଙ୍କ ଦ୍ୱାରା ଯାଞ୍ଚ


  ସାକ୍ଷୀଗୋପାଳ---- ଭୁବନେଶ୍ୱର-ପୁରୀ ୩୧୬ନଂ ଜାତୀୟ ରାଜପଥ ଉପରେ ଯାଉଥିବା ସମସ୍ତ ଦୁଇ ଚକିଆ ଯାନ ଠାରୁ ଦଶ ଚକିଆ ପର୍ଯ୍ୟନ୍ତ ସମସ୍ତ ଗାଡି ମଟର ଗୁଡିକ ଯାଞ୍ଚ କରିବା ସହ ହେଲେମେଣ୍ଟ ଯାଞ୍ଚ କରାଯାଇଛି । ବିଶେଷ କରି କରୋନା ଯୋଗୁ କିଛି ଦିନ ଧରପଗଡ ସ୍ଥଗିତ ରହିଥିଲା । ଏବେ ପୁରୀ ଆରଟିଓ କାର୍ଯ୍ୟାଳୟର ଅତିରକ୍ତି ଏମଭିଆଇବି.ଡି. ସାହୁ ସଦଳବଳେ ବୀରଗୋବିନ୍ଦପୁର ଠାରେ ଇଣ୍ଟର ସେପ୍ଟର ଗାଡି ମାଧ୍ୟମରେ ଯାଞ୍ଚ କରିଛନ୍ତି । ବିଶେଷ କରି ଦ୍ୱାରା ଦ୍ରୁତ୍ର ଗତିରେ ଗାଡି ଚାଳନା, ସିଟି ବେଲଟ ନ ପିନ୍ଦିବା, ହେଲମେଣ୍ଟ ବ୍ୟବହାର ନ କରିବା ଆଦିରେ ଅନଲାଇନି ମାଧ୍ୟମରେ ପ୍ରାୟ ୨୦ରୁ ଅଧିକ ଜଣଙ୍କର ଚାଲାଣ କଟା ଯାଇଥିବା  ଅତିରକ୍ତି ଏମଭିଆଇ ଶ୍ରୀ ସାହୁଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୬/୨୦୨୧---୩,୨୫, Sakhigopal News,7/6/2021

Blog Archive

Popular Posts