Breaking News

ବଡ ଭାଇ ଗୁଳି ମାଡରେ ସାନ ଭାଇ ଗୁରୁତର

 
ଭଞ୍ଜନଗର- ବଡ଼ଭାଇ ର ଗୁଳିମାଡ଼ରେ , ସାନଭାଇ ଆହତ । ଗଂଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ହାତିଗୁଡା ଗାଁ ରେ ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଆହତ ଜଣକ ହେଲେ ନରେନ୍ଦ୍ର ମଳିକ । ପାରିବାରିକ କଳହକୁ କେନ୍ଦ୍ରକରି, ସଂପୃକ୍ତ ବଡ଼ଭାଇ ଏକ ଛେରା ବନ୍ଧୁକ ଦ୍ୱାରା ଗୁଳିମାଡ଼ କରିଛି । ଗୋଡ଼ ଓ ଜଂଘ ରେ ଗୁଳିଚୋଟ ଲାଗିଛି । ଖବର ପାଇ ତାରାସିଂ ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ , ପୋଲିସ୍ ଟିମ୍ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ହାତୀଗୁଡା ଗାଁ ବଣ ଓ ପାହାଡିଆ ସ୍ଥାନ ହୋଇଥିବାରୁ, ବିଳମ୍ବିତ ରାତି ଯୋଗୁଁ କୈାଣସି ଗାଡ଼ି ଯାଇପାରିନଥିଲା ।  ଫଳରେ ଦୋଳା ସାହାଯ୍ୟରେ ଭାରକରି ଆହତ ନରେନ୍ଦ୍ର କୁ ପ୍ରାୟ ୪ କିଲୋମିଟର ରାସ୍ତା ରେ ବୋହି ଆଣିବା ପରେ , ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲ ରେ ଭର୍ତି କରାଯାଇଥିଲା । ତେବେ ଆହତର ଅବସ୍ଥା ଗୁରୁତର ଥିବା ଜଣାପଡିଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ,5/6/2021----7,15  Sakhigopal News,5/6/2021

Blog Archive

Popular Posts