Breaking News

ଆଜି ବିଶ୍ୱ ପରିବେଶ ଦିବସ ; ଗାଁ କୁ ଗାଁ ବୁଲି ସଚେତନ କରୁଛନ୍ତି ବିଜୟ


 ଭଞ୍ଜନଗର-  ସନ୍ତୁଳିତ ପରିବେଶ  ନିରବଚ୍ଛିନ୍ନ ସହାବସ୍ଥାନ ହିଁ ପ୍ରମାଣିତ କରିଥାଏ ଜୀବଜଗତ ର ସ୍ଥିତି । ଏକ ସୁସ୍ଥ , ସୁନ୍ଦର ଓ ପ୍ରାକୃତିକ ପାଣିପାଗ ଭିତରେ ଜୀବନ ଜୀଇଁବା ସହଜ ହୋଇଥାଏ ଉଭୟ ମଣିଷ ଓ ଜୀବଜନ୍ତୁ ଙ୍କ କ୍ଷେତ୍ରରେ । ଏଥିରୁ କୈାଣସି ଗୋଟିଏ ବି ଉଣା ହୋଇଗଲେ  ମାଡିଆସେ ବିପର୍ଯ୍ୟୟ । ଯାହା ଆଜିର ଦିନରେ ଏକ ଉତ୍କଟ ସମସ୍ୟା ହୋଇ ଠିଆହୋଇଛି । ପ୍ରକୃତି ଓ ପରିବେଶରେ ସମାନତା ସାଙ୍ଗକୁ , ସୁରକ୍ଷା ପାଇଁ ହେଉଥିବା ନିରନ୍ତର ପ୍ରୟାସ ର ମାଧ୍ୟମ ପାଲଟିଛି । ଆଜି ବିଶ୍ବ ପରିବେଶ ଦିବସ ପାଳନର ମୂଳ ଲକ୍ଷ୍ୟ । ପ୍ରକୃତି ର ବିପର୍ଯ୍ୟୟ ଓ ଭୟାବହତା କୁ ଅନେକ ବୁଝି ସାରିଲେଣି । ପରିବେଶର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହେଉଛି ।  ତେବେ ପରିବେଶ ସୁରକ୍ଷା ଓ ଜୀବଜନ୍ତୁ ଙ୍କ ରକ୍ଷା ପାଇଁ ଗାଁ କୁ ଗାଁ ବୁଲି , ନିଜସ୍ଵ ଉଦ୍ୟମରେ ଲୋକଙ୍କୁ ସଚେତନ କରାଉଥିବା ବିଜୟ ପ୍ରଧାନ  ଅନ୍ୟତମ । କ୍ଷେତମୁଣ୍ଡୁଳି ଗ୍ରାମର  ଜଣେ ସ୍ବେଚ୍ଛାସେବୀ ଙ୍କ କାର୍ଯ୍ୟକ୍ରମ ଏକ ସକରାତ୍ମକ ବାର୍ତ୍ତା ସୃଷ୍ଟି କରିଛି । ତାଙ୍କର ଉଦ୍ଦେଶ୍ୟ ହେଲା ପରିବେଶ ର ସୁରକ୍ଷା ଓ ଜୀବଜନ୍ତୁ ଙ୍କ ସୁରକ୍ଷା । ବିଭିନ୍ନ ସମୟରେ ଭାଲୁ ବେଶ ଧରି ସେ ଏଭଳି ଅଭିନବ କାର୍ଯ୍ୟକ୍ରମ କରୁଛନ୍ତି । ଅନ୍ୟପକ୍ଷରେ ବର୍ତମାନ ବାଦୁଡି ବଂଶ ଲୋପ ପାଇବା, ପରିବେଶ ସନ୍ତୁଳନତା ପାଇଁ ଆଉଏକ ଚିନ୍ତାର କାରଣ ହୋଇଛି । ସ୍ତନ୍ୟପାୟୀ ଶ୍ରେଣୀ ର ଏହି ପ୍ରାଣୀ ମାନେ ୩୦ ଟି ପ୍ରଜାତିର । ଏହାଙ୍କ ଭିତରେ ଦୁଇପ୍ରକାର ଶ୍ରେଣୀଭୂକ୍ତ ବାଦୁଡି ରହିଥାନ୍ତି । ଗୋଟିଏ ପ୍ରକାର ବାଦୁଡି ତୃଣଭୋଜି ହୋଇଥିବାବେଳେ , ଅନ୍ୟ ଶ୍ରେଣୀର ବାଦୁଡି ମାନେ କୀଟପତଙ୍ଗ ଖାଇଥାନ୍ତି । ଉଭୟ ଶ୍ରେଣୀର ବାଦୁଡି , ବୃକ୍ଷଲତା ସୃଷ୍ଟି ଓ ଫସଲର କୀଟପତଙ୍ଗ ଙ୍କୁ ଖାଇ , ଫସଲ କୁ କୀଟ ଦାଉରୁ ରକ୍ଷା କରିଥାନ୍ତି । ଏମାନେ ସଧାରଣତଃ ଥଣ୍ଡା , ଅନ୍ଧାରିଆ ଓ ଘଞ୍ଚ  ଜଙ୍ଗଲ ଗଛରେ ରହିଥାନ୍ତି । ଯାହାର ଅଭାବ ଯୋଗୁଁ ଏହି ବାଦୁଡି ବଂଶ ଏବେ ଲୋପ ପାଇଗଲେଣି । ଯାହାଫଳରେ ଏମାନଙ୍କ ଅଭାବ , ଅସନ୍ତୁଳିତ ପରିବେଶ ର ଆଉ ଏକ କାରଣ ହୋଇପାରେ ବୋଲି ଉଦ୍ଭିଦ ବିଜ୍ଞାନୀ ବିଶେଷଜ୍ଞ ଡଃ. ରାମ ପ୍ରସାଦ କହନ୍ତି । ଭଞ୍ଜନଗର ରୁ ରବିନ୍ଦ୍ର ପ୍ରଧାନ ,୫/୬/୨୦୨୧_---୭,୩୦

Blog Archive

Popular Posts