ଅମାନିଆଙ୍କୁ ଘଉଡାଇଲେ ଥାନା ଆଇଆଇସି
ସାକ୍ଷୀଗୋପାଳ------- ସତ୍ୟବାଦୀରେ ସୋମବାର ସକାଳୁ ସକାଳୁ ବଜାର ପ୍ରବଳ ଗହଳି ହୋଇପଡିଥିଲା । ଯାହାକି ଲୋକମାନେ କୋଭିଡ- କଟକଣାକୁ ଫୁ କରି ଦେଇଥିଲେ । ବିଶେଷ କରି ଡ୍ରେସ, ଗ୍ରୋସରୀ, ଷ୍ଟେସନାରୀ ଆଦି ଦେକାନ ଗୁଡିକରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା । ଆଗକୁ ରହିଛି ରଜ ଓ ସାବିତ୍ରୀ ପର୍ବ । ସେଥିଯୋଗୁ ବଜାରରେ ପ୍ରବଳ ଗହଳି ହେଉଛି । ଆଜି ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ଦୁଇଟି ଗାଡି ଧରି ସତ୍ୟବାଦୀ ବଜାରରେ ବ୍ୟବସାୟୀ ପ୍ରତିଷ୍ଠାନ ଉପରେ ଚଡାଉ କରିବା ସହ ଅମାନିଆଙ୍କୁ ଘଉଡାଇଥିଲେ । କିଛି ସମୟ ମଧ୍ୟରେ ପୋଲିସ ଭୟରେ ବଜାର ଶୁନଶାନ ହୋଇଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୬/୨୦୨୧---୩,୨୫
Sakhigopal News, 7/6/2021