Breaking News

ନବ ଦମ୍ପତି ଗ୍ରାମ ପରିକ୍ରମା କରିବା ସହ ଦୁଆରି ଭୋଗ ଖାଇଲେ ; କରୋନା ଯୋଗୁ ସବୁ ଫିକା ପଡିଲା, ବାଣ ଓ ଡିଜେ ବାଜିଲା ନାହିଁ ==

 ସାକ୍ଷୀଗୋପାଳ------ରାଜ୍ୟରେ କରୋନା ଯୋଗୁ ବିବାହ ସରିବା ପରେ ନବ ଦମ୍ପତି ବିନା ରୋଶନିରେ କେବଳ ସେବାୟି ମାନଙ୍କ ସହିତ ସୁସଜିତ ବିମାନରେ ଗ୍ରାମ ପରିକ୍ରମା କରିବା ସହ ଦୁଆରି ଭୋଗ ଖାଇ ମନ୍ଦିରକୁ ଫେରିଥିଲେ । ସତ୍ୟବାଦୀର ପୁରପଲ୍ଲୀରେ ଥିବା ବିଭିନ୍ନ ଶୈବପୀଠ ଗୁଡିକ ଶିବ ବିବାହ ପର୍ବ କରୋନା ଯୋଗୁ ଫିକା ପଡି ଯାଇଛି । କେବଳ ଠାକୁରଙ୍କ ନୀତିକାନ୍ତି ଅଳ୍ପ ସଂଖ୍ୟାର ସେବାୟତ ମାନଙ୍କ ଦ୍ୱାରା କରାଯାଇଛି ।  ଶିବ, ପାର୍ବତୀଙ୍କର ଦେବ ନୀତିକାନ୍ତି ଅନୁଯାୟୀ ସ୍ରୋତିୟ ବାହ୍ମଣ ମାନଙ୍କ ଦ୍ୱାରା  ଶିବ ପାର୍ବତୀଙ୍କ ପ୍ରତିନିଧି ଭାବରେ ବିବାହା କାର୍ଯ୍ୟ ଶ୍ରଦ୍ଧାଳୁ ମହିଳା ପୁରୁଷ ମାନେ କରିଥିଲେ ।  ଘଣ୍ଟ, ଘଣ୍ଟି ଓ ଶଙ୍ଖରେ ବହାଘର ଅନୁଷ୍ଠିତ ହୋଇଥିଲା । ବାଟବରଣ, ମଙ୍ଗଳାର୍ପଣ , ପଥମବରଣ, ଦ୍ୱତୀୟବରଣ, ମୁକୁଟ ଧାରଣ ବନ୍ଦାପନା ପରେ ନବ ଦମ୍ପତି ଙ୍କ ହାତଗଣ୍ଠି କାର୍ଯ୍ୟ ସମାପନ ହୋଇଥିଲା । ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖ ଶ୍ରୀରାମ ମନ୍ଦିରରେ ଗୋପେଶ୍ୱରଙ୍କ ସହିତ ପାର୍ବତୀ , ସେହିପରି ବରାଳ  ବାଲୁଙ୍କେଶ୍ୱର ମନ୍ଦିରରେ ଚନ୍ଦ୍ରଶେଖର ଙ୍କ ସହିତ ଗୌରୀ,  ସାଣ୍ଢରା ନିଳକଣ୍ଠେଶ୍ୱର ସହିତ ପାର୍ବତୀ, ଆଦ୍ୟ ଶାସନ ବୀରରାମଚନ୍ଦ୍ରପୁର ନଖେଶ୍ୱରଙ୍କ ସହିତ ପାର୍ବତୀ, ଧବେଳେଶ୍ୱରଙ୍କ ସହିତ ପାର୍ବତୀ, ବାସୁକେରାର ବନ୍ତେଶ୍ୱରଙ୍କ ସହିତ ପାର୍ବତୀ,  ନୂଆଗାଁରେ ନିଳକଣ୍ଠେଶ୍ୱର ଦେବ ଜୟଦୁର୍ଗାଙ୍କୁ ବିବାହ କରିଥିଲେ । ରଙ୍ଗଣୀସାହି ଛକସ୍ଥିତ ରତ୍ନେଶ୍ୱର ମନ୍ଦିରରେ ରତ୍ନେଶ୍ୱର ଙ୍କ ସହିତ ପାର୍ବତୀ , ମଠସାହି ସ୍ଥିତ ଖଜୁରେଶ୍ୱରଙ୍କ ସହିତ ମା ପାର୍ବତୀ,=ରାୟଖଣ୍ଡୀ  ଚନ୍ଦ୍ରଶେଖର ଙ୍କ ସହିତ ପାର୍ବତୀ, ବିଦ୍ୟାଧରପୁରର କୁଣ୍ଡେଳେଶ୍ୱରଙ୍କ ସହିତ ପାର୍ବତୀ, ସୁଆଣ୍ଡୋର ଲୋକେଶ୍ୱରଙ୍କ ସହ ପାର୍ବତୀ , ଶ୍ରୀରାମଚନ୍ଦ୍ରପୁର ଗ୍ରାମର ଗୋପିନାଥ ଦେବଙ୍କ ମନ୍ଦିରରୁ ଚଣ୍ଡେଶ୍ୱର ଦେବ ବରବେଶରେ ବାହାରିଥିବା ବେଳେ ଗୋପିନାଥ, ଲିଙ୍ଗି ଗୋପିନାଥ, ଜଟେଶ୍ୱର, ବାଲୁଙ୍କେଶ୍ୱର, ନୀଳକଣ୍ଠେଶ୍ୱର ଠାକୁର ୫ ଟି ପୃଥକ ପୃଥକ ବିମାନରେ   ବରଯାତ୍ରୀ ଭାବରେ ଯାତ୍ରା କରିଥିବା ଦେଖିବାକୁ ମଳିଥିଲା । ବରଯାତ୍ରୀଙ୍କୁ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ବରଙ୍କୁ ବାଟବରଣ କରି ବେଦୀକୁ ଅଣାଯାଇଥିଲା ।  ବାଣ ବା ଡିଜେ ବାଜିନଥିଲା କି ଗହଳି ନଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୬/୨୦୨୧---୪,୩୫,

 Sakhigopal News, 17/6/2021

Blog Archive

Popular Posts