Breaking News

ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶୋକ ପ୍ରକାଶ

 



ଡେଲାଙ୍ଗ --- ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଗୁଆଳିପଡା ଗ୍ର୍ରାମ ପଞ୍ଚାୟତର ପଞ୍ଚୁପଲା ଗ୍ରାମର ରତ୍ନମଣି ପ୍ରଧାନ(୬୯)ଙ୍କ  କଟକ ସ୍ଥିତ ଏକ ଘରୋଇ  ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ତାଙ୍କ ବିୟୋଗ ଖବର ମିଳିବା ପରେ ଡେଲାଙ୍ଗର ପଞ୍ଚୁପଲା ସହିତ କଟକ ସ୍ଥିତ ନୂଆପଡାସ୍ଥ  ବ୍ଲୁ ଷ୍ଟାର କଲୋନୀରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଧର୍ମପରାୟଣ,ପରୋପକାରୀ,ମିଷ୍ଟାଭାଷୀ,ସ୍ନେହୀ ମହିଳା ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ । କଟକ ସ୍ଥିତ ବାଣିଜ୍ୟ ଓ ଦ୍ରବ୍ୟ ସେବା କାର୍ଯ୍ୟାଳୟର ସହକାରୀ ଅଧିକାରୀ ବିକ୍ରମ କେଶରୀ ପ୍ରଧାନଙ୍କ ମାତା ଅଟନ୍ତି । ସତୀଚଉରା ଶଶ୍ମାନରେ ଅନ୍ତିମ ସତ୍କାର କରାଯାଇଥିଲା ।ପୁତ୍ର, ପୁତ୍ରବଧୁ, ଝିଅ, ଜ୍ୱାଇଁ, ନାତି , ନାତୁଣୀ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହିଥିଲେ । ଶିକ୍ଷାବିତ୍ ଦିବାକର ପ୍ରଧାନ,ଡାକ୍ତର ସଂଗ୍ରାମି କେଶରୀ ପ୍ରଧାନ ,ସୁକାନ୍ତ ଦାସ,କୈଳାସ ଚନ୍ଦ୍ର ପ୍ରଧାନ ,ଅଭୟ ଚରଣ ସାହୁ ,କ୍ଷେତ୍ରବାସୀ ଆଳୁକ,ଯଯାତୀ ପ୍ରଧାନ, ଅଳକା ପ୍ରଧାନ, ଶୈଳବାଳା ପ୍ରଧାନ, ରାଜଶ୍ରୀ ପ୍ରଧାନ, ଓ ଜୟଶ୍ରୀ ପ୍ରଧାନ  ପ୍ରମୁଖଙ୍କ ମାନେ ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୬/୨୦୨୧---୮,୨୦Sakhigopal News, 1/6/2021

Blog Archive

Popular Posts