Breaking News

ମୋ ଖତ ବିତରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ଉପଜିଲ୍ଲାପାଳ



ଭଞ୍ଜନଗର---- ଓଡିଶା ସରକାର ଙ୍କ ସହର ଓ ନଗର ଉନ୍ନୟନ ବିଭାଗ ତରଫରୁ ଓଡିଶାର ବିଭିନ୍ନ ସହରାଞ୍ଚଳରେ ଅଦା ଓଳିଆରୁ ଖତ ପ୍ରସ୍ତୁତ କରିବା ନିମନ୍ତେ ବିଭିନ୍ନ ସହରାଞ୍ଚଳରେ ଜୈଵ ଖତ ପ୍ରସ୍ତୁତ କେନ୍ଦ୍ର ବା ଏମ. ସି. ସି  ଖୋଲା ଯାଇଛି  । ଏହି ଜୈଵ ଖତ ପ୍ରସ୍ତୁତ କେନ୍ଦ୍ର ବା ଏମ. ସି. ସି ରୁ ଆଜି ଗଞ୍ଜାମ ଜିଲ୍ଲାରେ ପ୍ରଥମ କରି ଭଞ୍ଜନଗର ଉପଖଣ୍ଡରେ ମୋ ଖତ ବିତରଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଛି । ଆଜି ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ସ୍ଥାନୀୟ କାର୍ଯ୍ୟାଳୟରୁ ସବୁଜ ପତାକା ଦେଖିଇ ଏମ. ସି. ସି ରୁ ପ୍ରସ୍ତୁତ ଜୈବିକ ଖତ ବିତରଣ ର ଶୁଭାରମ୍ଭ କରିଛନ୍ତି ।   ଭଞ୍ଜନଗର ଉପଖଣ୍ଡର ସମସ୍ତ ସହରାଞ୍ଚଳର ଏମ. ସି. ସି ପ୍ରସ୍ତୁତ ମୋଟ 69.5 ଟନ ଖତ କୁ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଉତ୍ତର ଘୁମୁସର ଡି. ଏଫ. ଓ  ଶ୍ରୀ ଅଭୟ କୁମାର ଦଳେଇ ଙ୍କୁ ପ୍ରଦାନ କରିଛନ୍ତି । ଓଳିଆକୁ ଏଣେ ତେଣେ ନ ପକାଇ  ଏମ. ସି. ସି ମାଧ୍ୟମରେ ଅଦା ଓଳିଆ କୁ ପ୍ରସ୍ତୁତ କରାଯାଉଥିବା ଜୈବିକ ଖତ ପ୍ରସ୍ତୁତ ପ୍ରଣାଣୀକୁ ଡି. ଏଫ.ଓ ପ୍ରଶଂସା କରିଛନ୍ତି । ଏହି ପ୍ରକଳ୍ପ ଟି  ପରିବେଶ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଵହନ କରୁଥିବା କଥା ଡି. ଏଫ. ଓ କହିଛନ୍ତି ।ପରବର୍ତ୍ତୀ ପର୍ଯ୍ୟାୟରେ ଏମ. ସି ସି ରୁ କୌଣସି ବ୍ୟକ୍ତି ବିଶେଷ ବା ଅନୁଷ୍ଠାନ ସରକାରଙ୍କ ଧାର୍ଯ୍ୟ କୋଡିଏ ଟଙ୍କା ପ୍ରତି କିଲୋ ରେ ପ୍ରଦାନ କରି ଜୈବିକ ଖତ ନେଇପାରିବେ । ଆଜିର ଏହି ମୋ ଖତ ବିତରଣ କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ଙ୍କ ବ୍ୟତୀତ ଉତ୍ତର ଘୁମୁସର ଡି. ଏଫ. ଓ ଶ୍ରୀ ଅଭୟ କୁମାର ଦଳେଇ, ଏ. ସି. ଏଫ ସୁଦର୍ଶନ ବାଦି, ଭଞ୍ଜନଗର ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆଶୁତୋଷ ଗୌରବ କର,  ବେଲଗୁଣ୍ଠା ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାକେଶ ପାତ୍ର,  ବୁଗୁଡ଼ା ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଶ୍ମିରଂଜନ ଦାସ, ସୋରଡ଼ା ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୂତିକୃଷ୍ଣ ପାତ୍ର, ଏବଂ  ଆସ୍କା ଏନ. ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୬/୬/୨୦୨୧

Blog Archive

Popular Posts