ମହିଳାଶକ୍ତି ଓ ଭାରତ ବିକାଶ ପରିଷଦର ମିଳିତ ସହଯୋଗରେ ବୃକ୍ଷ ରୋପଣ
ସାକ୍ଷୀଗୋପାଳ ----- ସତ୍ୟବାଦୀରେ ମହିଳାଶକ୍ତି ଓ ଭାରତ ବିକାଶ ପରିଷଦର ମିଳିତ ସହଯୋଗରେ ବିଶ୍ୱ ପରିବେଶ ଦିବସ ଅବସରରେ ସତ୍ୟବାଦୀ ଥାନା ପରିସରରେ ବୃକ୍ଷ ରୋପଣ କରାଯାଇଛି । ଏଥିରେ ମହିଳା ଶକ୍ତିର ଅଧ୍ୟକ୍ଷ ସୁଦର୍ଶନ ପ୍ରଧାନ , ଉପାଧ୍ୟକ୍ଷପ୍ରଶାନ୍ତ କୁମାର ବିଶ୍ୱାଳ, ସମ୍ପାଦକ ମଦନ ମୋହନ ପରିଡା, ମହିଳାଶକ୍ତି ରୋଜାଲିନି ମିଶ୍ର, ସହର ପ୍ରମୁଖ ଉପେନ୍ଦ୍ର ବିଶ୍ୱାଳ ପମୁଖଙ୍କ ଉପସ୍ଥିତିରେ ବଉଳ, ସ୍ୱର୍ଣ୍ଣଚମ୍ପା, ଅଶୋକ ବୃକ୍ଷ ରୋପଣ କରାଯାଇଥିଲା । ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, 6/6/2021---3,40
Sakhigopal News, 6/6/2021