Breaking News

ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳିତ




ଭଞ୍ଜନଗର----ଗଞ୍ଜାମ ଜ଼ିଲ୍ଲା ଯୁବ ରେଡକ୍ରସ ତରଫରୁ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ୱେବନେର ମାଧ୍ୟମରେ ପାଳିତ ହୋଇ ଯାଇଛି । ଯୁବ ରେଡ଼କ୍ରସ ଜ଼ିଲ୍ଲା କାର୍ଯ୍ୟକାରିଣୀ ଅଧ୍ୟକ୍ଷ ତଥା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ .କିଶୋର କୁମାର ବେହେରା ସଭାପତିତ୍ବ କରିଥିଲେ । ନିଜ ପରିବେଶ ସୁରକ୍ଷା ରେ ଯୁବ ପିଢ଼ିଙ୍କ ନିକଟରେ ପହଂଚିବା ''ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହାକୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ଉପ ସଚିବ ତଥା ନୋଡାଲ ଅଫିସର ଡ଼ ରମେଶ ଚନ୍ଦ୍ର ବେହେରା ଉଦଘାଟନ କରି ପରିବେଶ ସୁରକ୍ଷା ପାଇଁ ମୋର ଭୂମିକା କଣ ରହିବ,ପରିବେଶରୁ ଯେତିକି ଦରକାର ସେତିକି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ରୂପେ ରାଜ୍ୟ ଯୁବ ରେଡ଼କ୍ରସ ଅଧିକାରୀ ଡ଼ ଅଜୟ କୁମାର ତ୍ରିପାଠୀ ଯୋଗ ଦେଇ ପରିବେଶ ସହିତ ପୁରାତନ କାଳର ସମ୍ପର୍କ ଏବଂ ଆଜିର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଦିବାକର ମିଶ୍ର ଯୋଗ ଦେଇ ଜନ ଆନ୍ଦୋଳନ ମାଧ୍ୟମରେ ପରିବେଶକୁ ପୁନଃ ସଂସ୍ଥାପନ ଆବଶ୍ୟକତା ରହିଥିବା ସମ୍ପର୍କରେ କହିଥିଲେ । ସମ୍ମାନିତ ଅତିଥି ରୂପେ ଯୁବ ରେଡ କ୍ରସ ରାଜ୍ୟ ସଂଯୋଜକ ଗୋପାଳ କୃଷ୍ଣ ମିଶ୍ର ଯୋଗ ଦେଇ ପ୍ରଦୂଷଣ ମୁକ୍ତ ପରିବେଶ ପାଇଁ ଆୱାନ ଦେଇଥିଲେ । ଜ଼ିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓ ଅତିଥି ପରିଚୟ ଦେଇଥିବାବେଳେ କେନ୍ଦୁପଦାର ମହାବିଦ୍ୟାଳୟ ଯୁବ ରେଡକ୍ରସ ଉପଦେଷ୍ଟା ହରିଶଙ୍କର ପାଣ୍ଡେ ସଂଯୋଜନା କରିଥିଲେ । ଜଗନ୍ନାଥପ୍ରସାଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡକ୍ରସ ଉପଦେଷ୍ଟା ଲୋକନାଥ ମହାନ୍ତି ପରିବେଶ ଜାଗୃତି ସଂଗୀତ ପରିବେଷଣ କରିଥିଲେ । ଖଲ୍ଲିକୋଟ ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡ଼କ୍ରସ ଉପଦେଷ୍ଟା ଟି ଅକ୍ଷୟ କୁମାର ଧନ୍ୟବାଦ ଦେଇଥିଲେ । ଏଥିରେ କଳାହାଣ୍ଡି ଜ଼ିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡା, ସୁବର୍ଣ୍ଣପୁର ଜ଼ିଲ୍ଲା ସଂଯୋଜକ ଉମାକାନ୍ତ ନାଗ, ଗଜପତି ଜ଼ିଲ୍ଲା ସଂଯୋଜକ ଡ଼ ପ୍ରଦୀପ୍ତ ଷଡ଼ଙ୍ଗୀ ସମେତ ଜ଼ିଲ୍ଲାର ଯୁବ ରେଡ଼କ୍ରସ ଉପଦେଷ୍ଟା, ଅଧ୍ୟକ୍ଷ, ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ । 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନ ୬/୬/୨୦୨୧,-----୧୨,୫୦ Sakhigopal News,6/6/2021

Blog Archive

Popular Posts