ବିଦ୍ୟାଳୟର କାର୍ଯ୍ୟାଳୟ ସହକାରୀ କର୍ମଚାରୀଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
ଡେଲାଙ୍ଗ---- ରାଜ୍ୟରେ ମହାମାରୀ ଦୁତୀୟ ଳହର କରୋନା ଯୋଗୁ ଲକଡାଉନ ଓ ସଟଡାଉନ ଜାରି ରହିଛି । ଏଥିଯୋଗୁ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି । ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଗଙ୍ଗପୁରପାଟ୍ଟଣା ଘୋରଡିଆ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର କାର୍ଯ୍ୟାଳୟ ସହକାରୀ କର୍ମଚାରୀ ଗୋପବନ୍ଧୁ ସାସମଲଙ୍କୁ ମଙ୍ଗଳବାର ବିଦ୍ୟାଳୟ ତରଫରୁ ମାନପତ୍ର,ଉପଢୌକନ,ଉତ୍ତରୀୟ ପ୍ରଦାନ କରାଯାଇଛି । ଏଥିସହିତ ପୁରୀ ଜିଲ୍ଲା ଶିକ୍ଷାଧିକାରଙ୍କ ଠାରୁ ଆସିଥିବା ମାନପତ୍ର ଓ ପ୍ରୋଭିଜିନାଲ ପେନସନ୍ କାଗଜ ପତ୍ର ଗୁଡିକ ଶ୍ରୀ ସାସମଲକୁ ପ୍ରଦାନ କରାଯାଇଥିଲା । ସେ ଜଣେ କର୍ତ୍ତବ୍ୟନିଷ୍ଠ,ମେଳାପି, ନିଷ୍ଠାପର ,ଆମାୟିକ ଦକ୍ଷତା ପାଇଁ ସେ ସମସ୍ତଙ୍କ ପ୍ରିୟ ରହିଥିଲେ । ଦିର୍ଘ ୩୮ବର୍ଷ ସହକାରୀ କାର୍ଯ୍ୟ କରି ସ୍କୁଲ ପ୍ରତିଷ୍ଠା ଦିନରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ସୁଚାରରୁପେ କରି ଆସୁଥିଲେ । ତାଙ୍କର ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ । ଶିକ୍ଷକ ଲଡୁକିଶୋର ସାମନ୍ତସିଂହାର, ଆର୍ତ୍ତତ୍ରାଣ ମାହାନ୍ତି,ରବି ନାରାୟଣ ନାୟକ ,ବିଷ୍ଣପ୍ରିୟା ସାହୁ, ଲକ୍ଷ୍ମୀପ୍ରିୟା ପ୍ରଧାନ , ବିଦ୍ୟାଳୟ କମିଟି ସଦସ୍ୟ ପ୍ରଫୁଲ ଚନ୍ଦ୍ର ପଣ୍ଡା,ଲକ୍ଷ୍ମୀଧର ଜେନା ,ଘୋରଡିଆ ନୋଡାଲ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡା,କୃପାସିନ୍ଧୁ ମ.ଇ.ସ୍କୁଲର ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ପଲେଇ ପ୍ରମୁଖ ଉପସ୍ଥିତ ରହି ତାଙ୍କର କାର୍ଯ୍ୟ କରିବାର ଶୈଳିକୁ ଗୁଣଗାନ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୬/୨୦୨୧---୯,୧୫ , Sakhigopal news, 1/6/2021