ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ନୈଶଭୋଜିର ଆସର, ପ୍ରଶାସନର ଚଢାଉ ପୁର୍ବରୁ ସୁଚନାପାଇ ଖସିଗଲେ ଆୟୋଜକ
ଜଟଣୀ----- ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମ ପଞ୍ଚାୟତର ବେଣାପଞ୍ଜରୀ ପଚାଂୟତ କାର୍ଯ୍ୟାଳୟ ପରିସରରେ ବୁଧବାର ମଧ୍ୟାହ୍ନରେ ବେଆଇନଭାବେ ଏକ ନୈଶଭୋଜିର ଆୟୋଜନ ହୋଇଥିବା ଅଭିଯୋଗ ହୋଇଥିଲା । ୨ଟି ଅସ୍ଥାୟୀ ଚୁଲି ଖୋଳାଯାଇ ବଡବଡ ହଣ୍ଡା ସାହାଯ୍ୟରେ ୨୦୦ଜଣଙ୍କ ଲାଗି ରୋଷେଇ ଚାଲିଥିବା ନେଇ ଜଟଣୀଥାନା ଓ ତହସିଲଦାରଙ୍କୁ ଉକ୍ତ ଗ୍ରାମର କେହି ବ୍ୟକ୍ତି ସୁଚନା ଦେଇଥିଲେ । ଖବର ପାଇ ଜଟଣୀଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଏବଂ ତହସିଲଦାର ତପନ କୁମାର ମହାପାତ୍ର ପଞ୍ଚାୟତ କାର୍ଯ୍ୟାଳୟଠାରେ ପହଁଚିଥିଲେ । ମାତ୍ର ସେଠାରେ କେହି ନଥିବା ଦେଖିବାକୁ ପାଇଥିଲେ । ଏଥି ସହିତ ଅସ୍ଥାୟୀ ଚୁଲିକୁ ପୋତାଯାଇ ସେଥିରେ ଇଟା ମଡାଇଦେଇ ସେଠାରୁ ଚମ୍ପଟ ମାରିଥିଲେ । ତେଣୁ ସେଠାରେ ଉପସ୍ଥିତ କିଛିବ୍ୟକ୍ତି କହିଥିଲେ ଯେ, ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସକାଳୁ ରୋଷେଇ ଚାଲିଥିଲା । ତେବେ ଏନେଇ ବେଣାପଞ୍ଜରୀ ସରପଞ୍ଚଙ୍କ ସହିତ ପ୍ରଶାସନିକ ଅଧିକାରୀମାନେ ଆଲୋଚନା କରି ଫେରିଛନ୍ତି । ତେଣୁ ଏନେଇ ଗ୍ରାମର କିଛି ବ୍ୟକ୍ତି ଯୁକ୍ତି ବାଢିଥିଲେ ଯେ, ମହାମାରୀ କରୋନା ସମୟରେ ସରପଞ୍ଚ କେଉଁ ଆଇନ ବଳରେ କାର୍ଯ୍ୟାଳୟ ପରିସରରେ ଭୋଜିଭାତ କରିଥିଲେ । ସରକାର ସରପଞ୍ଚଙ୍କୁ ଜିଲାପାଳ ଦାୟିତ୍ୱ ପ୍ରଦାନ କରିବାର ୨୪ଘଂଟା ନ ପୁରୁଣୁ ଏଭଳି ଆଇନକୁ ଉଲଘଂନ କରାଯାଇଛି । ସରପଞ୍ଚ ଙ୍କ ଠାରୁ କେତେଟଙ୍କା ଫାଇନ କାଟିବେ ଅଧିକାରୀ ମାନେ ତାହା ଦେଖିବାର ଅଛି । ସରପଞ୍ଚଙ୍କ ଜ୍ଞାତସାରରେ ଏହି ଭୋଜି ହୋଇଥିଲା ନା ସରପଞ୍ଚ ନିଜେ କରୁଥିଲେ ତାହା ଏପର୍ଯ୍ୟନ୍ତ ପ୍ରଶାସନକୁ ଜଣାପଡିନଥିବା ଆଶ୍ଚର୍ଯ୍ୟର ଘଟଣା ବୋଲି ଜନସାଧାରଣ କହିଛନ୍ତି । ତେବେ ଏନେଇ ତହସିଲଦାର ତପନ କୁମାର ମହାପାତ୍ରଙ୍କୁ ପଚାରିବାରେ ସେ କୁହନ୍ତି, ପଞ୍ଚୟତ କାର୍ଯ୍ୟାଳୟ ପରିସରରେ ଭୋଜିଭାତର ଆୟୋଜନ ହେବା ଘଟଣା ସତ, କିନ୍ତୁ ଆମ୍ଭେ ପହଁଚିବା ପୁର୍ବରୁ ସେଠାରୁ ସମସ୍ତେ ଚମ୍ପଟ ମାରିଥିଲେ । ତେଣୁ ପ୍ରକୃତରେ କେତେଜଣଙ୍କ ପାଇଁ ଆୟୋଜନ ହୋଇଥିଲା ତାହା ଜଣାପଡିନାହିଁ । ଘଟଣାସ୍ଥଳରେ କେହି ଧରାଯାଇଥିଲେ ଫାଇନ କଟାଯାଇଥାନ୍ତା । ତେବେ ଏନେଇ ବେଣାପଜଂରୀ ସରପଚଂ ସେକ ରିଆଜଙ୍କୁ ପଚାରିବାରେ ସେ କୁହନ୍ତି, ପୋଖରୀ ଖୋଳାଯାଉଥିଲା,ତେଣୁ ମାତ୍ର ୨୦ଜଣ ଶ୍ରମିକମାନଙ୍କ ପାଇଁ ସେଠାରେ ରୋଷେଇ ହେଉଥିଲା । ତେବେ ପଚାଂୟତ କାର୍ଯ୍ୟାଳୟ ପରିସରରେ କେଉଁ ଆଇନ ବଳରେ କରାଯାଇଥିବା ପ୍ରଶ୍ନର କୈାଣସି ଉତର ଦେଇପାରିନଥିଲେ ସରପଚଂ ସେକ ରିଆଜ । ତେବେ ଏଠାରେ ପ୍ରଶ୍ନଉଠୁଛି, ମହାମାରୀ କରୋନା ବିପତି ସମୟରେ ଏହାର ମୁକାବିଲା କରିବାଲାଗି ସରପଚଂଙ୍କୁ ସରକାର ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । ତେବେ ଏଭଳି ଏକ ବିପତି ସମୟରେ ଏକକାଳିନ ୨୦ଜଣଙ୍କ ପାଇଁ ଭୋଜିଭାତ କରିବା ଏବଂ ପଚାଂୟତ କାର୍ଯ୍ୟାଳୟ ପରିସରରେ ଏଭଳି ଆଇନବିରୋଧୀ କାର୍ଯ୍ୟ କରିବା କେତେ ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଗ୍ରାମର କିଛି ବ୍ୟକ୍ତି କହିଛନ୍ତି ଯେ, ୨୦୦ଜଣଙ୍କ ଲାଗି ନୈଶଭୋଜିର ଆୟୋଜନ ହୋଇଥିଲା । ଏନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରା, ୧୯/୫/୨୦୨୧----୧୦,୧୫ Sakhigopal News, 19/5/2021