ଡେଲାଙ୍ଗ ପ୍ରେସ କ୍ଳବ ପକ୍ଷରୁ ସାମ୍ବାଦିକଙ୍କ ଉପରେ ପୋଲିସର ଆକ୍ରମଣକୁ ନିନ୍ଦା
ଡେଲାଙ୍ଗ ------- ଡେଲାଙ୍ଗ ପ୍ରେସକ୍ଳବ ପକ୍ଷରୁ ପୁରୀରେ ପୋଲିସର ଗୁଣ୍ଡାରାଜ ଓ ସାମ୍ବାଦିକଙ୍କୁ ଆକ୍ରମଣକୁ ଘୋର ନିନ୍ଦା କରିଛି । ରାଜ୍ୟରେ ଦୁତୀୟ ଲହର କରୋନା ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ ତାରିଖ ବଡାଇଛନ୍ତି । ଦୋକାନ ଖୋଲିବା ସମୟ ସୀମା ଉପରେ କାଟଛାଟ କରିଛନ୍ତି । କିଛି ବ୍ୟବସାୟୀ ମାନେ ଅଧିକ ସମୟ ଦୋକାନ କରିଥିଲେ ।ଏହାକୁ ନେଇ ବ୍ୟବସାୟୀ ଓ ପୋଲିସ ମଧ୍ୟରେ ଚାପ ଉତ୍ତେଜନା ଲାଗିବା ସହ ପୋଲିସ ଲାଠି ଚାଲାଣ କରିବାକୁ ପଡିଥିଲା । ଖବର ପାଇ ପୁରୀର ଜଣେ ସାମ୍ବାଦିକ ଖବର ସଂଗ୍ରହ କରିବା ପାଇଁ ସେଠାକୁ ଯିବା ସହ ଅନ୍ୟାୟ ବିରୁଧରେ ସ୍ୱର ଉଠାଇବାରୁ ତାଙ୍କ ଉପରେ ମିଳିତ ଭାବେ ପୋଲିସ ମାନେ ଆକ୍ରମଣ କରିଛନ୍ତି । ଏହାକୁ ନେଇ ବିଭିନ୍ନ ବ୍ଳକରେ କାର୍ଯ୍ୟରତ ସାମ୍ବାଦିକ ମାନେ ନିନ୍ଦା କରିବା ସହ ପ୍ରତିବାଦର ସ୍ୱର ଉଠାଇଛନ୍ତି । ଏହି ଅବସରରେ ଡେଲାଙ୍ଗ ପ୍ରେସକ୍ଳବ ପକ୍ଷରୁ ଧୀରେନ୍ଦ୍ର ସେନାପତି, ବିଜୟ ମିଶ୍ର, ସନ୍ତୋଷ ପଟ୍ଟନାୟକ, ବିଜୟ ମହାପାତ୍ର, ଦିଲୀପ ଧାଉଡିଆ, ଗୀତାରାଣି ରଣଜିତ, ଅନିମା ମିଶ୍ର, ତୁଷାରକାନ୍ତ ନାୟକ, ଗଗନ ଖଟୋଇ, ନିରଞ୍ଜନ ନାୟକ, ହିମାଂଶୁ ମହାପାତ୍ର, ଶୁଭଲକ୍ଷ୍ମୀ ସେନାପତି, ସିଦ୍ଧାର୍ଥ ବଳବନ୍ତରାୟ , ପ୍ରଦୀପ ନାୟକପ୍ରମୁଖ ସଠିକ ତଦନ୍ତ କରାଯାଇ ଦୋଷୀ ମାନଙ୍କ ବିରୁଦ୍ଧରେ କୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ଲାଗୁ କରିବାକୁ ଦାବି କରାଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୦/୫/୨୦୨୧----୮,୨୫
Sakhigpal News, 20/5/2021