Breaking News

କୋଭିଡ ଟୀକା କେନ୍ଦ୍ର ପରିଦର୍ଶନ କଲେ ସାଂସଦ


 ଜଟଣୀ--- ସଂକ୍ରମଣକୁ ଦୃଷ୍ଟିରେ ରଖି ଜଟଣୀରେ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି । ବର୍ଦ୍ଧିତ ବୟସାନୁସାରେ କ୍ରମିକଭାବେ ଟୀକାକରଣ କରାଯାଉଛି । ତେବେ ଏନେଇ  ଜଟଣୀର ବଡନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କୋଭିଡ ଟୀକାକରଣ କେନ୍ଦ୍ର  ବୁଧବାର ପୁର୍ବାହ୍ନରେ ପରିଦର୍ଶନ କରିଛନ୍ତି  ଭୂବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଜଟଣୀ ଅଂଚଳରେ ପ୍ରଥମେ ଟୀକାକରଣ ଆରମ୍ଭ ହେବାପରେ ପ୍ରବଳଭିଡ ହୋଇଥିଲା । ସମସ୍ତେ ଚାହିଁଥିଲେ ଟୀକାନେବାଲାଗି । ତେଣୁ ଏହା ସମ୍ଭବ ହୋଇନଥିଲା । ଦଳମତ ପାର୍ଥକ୍ୟରେ ଟୀକାକରଣ ହେଉଥିବା ଅଂଚଳବାସୀ ସାଂସଦଙ୍କ ନିକଟରେ ଅଭିଯୋଗ ଆଣିଥିଲେ । ଅଭିଯୋଗକୁ ଭିତିକରି ସାଂସଦ ସତ୍ୟତା ଜାଣିବାଲାଗି ଜଟଣୀ କୋଭିଡ ଟୀକାକେନ୍ଦ୍ରକୁ ଆସିଥିବା ସମ୍ପର୍କରେ କହିଥିଲେ । ମହାମାରୀ ବିପତି ସମୟରେ ଦଳମତ ପାର୍ଥକ୍ୟ ନକରାଇ ଜିବନ ବଞ୍ଚାଇବା ନିତ୍ୟାନ୍ତକୁ ଅନୁଭବ କରି ଟୀକାକରଣ କରାଯାଉ ବୋଲି କହିଥିଲେ । ଏହି ସହିତ ପର୍ଯ୍ୟାୟକ୍ରମେ ଟୀକାକରଣ କରାଯାଉ । ସମସ୍ତଙ୍କଲାଗି ଟୀକା ମିଳିବ । କେନ୍ଦ୍ର ସରକାରଙ୍କୁ  ରାଜ୍ୟରେ ଟୀକାଯୋଗାଇ ଦେବାଲାଗି ପ୍ରସ୍ତାବିତ କରାଯାଇଛି । ଏହି ଟୀକାକେନ୍ଦ୍ର ପରିଦର୍ଶନରେ ଖୋର୍ଦ୍ଧା ସିଡିଏମଓ ବିଶ୍ୱରଂଜନ ପତି,ମେଡିକାଲ ସୁପରିଟେଣ୍ଡେଂଟ ଯିତେନ୍ଦ୍ର ପଣ୍ଡା,ତହସିଲଦାର ତପନ କୁମାର ମହାପାତ୍ର,ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି,ସାଂସଦ ପ୍ରତିନିଧୀ ପଦ୍ମଚରଣ ପ୍ରଧାନ ପ୍ରମୁଖଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।   ଜଟଣୀରୁ ରଙ୍ଗନାଥ ବେହେରା, ୧୯/୫/୨୦୨୧---୯,୪୦  

Sakhigopal News, 19/5/2021

Blog Archive

Popular Posts