Breaking News

ଦୁତୀୟ ଦିନରେ ସତ୍ୟବାଦୀରେ ଲକଡାଉନକୁ ଫୁ ; ଗାଡି ମଟର ଚଳାଚଳ


 ସାକ୍ଷୀଗୋପାଳ-----ଦୁତୀୟ ଳହର କରୋନାଙ୍କ ସଂଖ୍ୟା ହୁ ହୁ ହୋଇ ବଡିବାରେ ଲାଗିଛି । ଏହାକୁ ନଜର କରି ରାଜ୍ୟ ସରକାର ଲକଡାଉନ ଜାରି କରିଛନ୍ତି । ଜନସାଧାରଣଙ୍କ ଜୀବନ ରକ୍ଷା କରିବା ପାଇଁ ମୁହଁରେ ମାସ୍କ, ସାମାଜିକ ଦୂରତା ରକ୍ଷା, ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ କହୁଥିଲେ ମଧ୍ୟ ସାକ୍ଷୀଗୋପାଳ ବଜାରେ କେହି ମାନୁ ନାହାନ୍ତି । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗାଡି ମଟର ଯିବା ଆସିବା କରୁଛି । ରାଜ୍ୟ ସରକାର ୧୨ଟା ପରେ ସବୁ ବନ୍ଦ କରିବା ପାଇଁ କହିଥିଲେ ମଧ୍ୟ କେତେକ ଅମାନିଆ ବ୍ୟବସାୟୀ ମାନେ ଦେକାନ ଖୋଲି ବସିଥିବାର ଦେଖାଯାଇଥିଲା । ଏପରିକି ଗ୍ରାମ  ଛକ ମାନଙ୍କରେ ଥିବା ବଜାର ଗୁଡିକ ଖୋଲା ରହିଛି । ସତ୍ୟବାଦୀ ତହସିଲଦାର, ଥାନା ଓ ବିଡିଓଙ୍କ ପକ୍ଷରୁ ବ୍ୟବସାୟୀ ଓ ଜନସାଧାରଣଙ୍କୁ ସଚେତନତା କରିବା ସହ ଫାଇନି ଆଦାୟ କରାଯାଉଛି । ଅମାନିଆ ମାନଙ୍କ ପାଇଁ କଡା ଆଇନ ଲାଗୁ କରିବା ପାଇଁ ସତ୍ୟବାଦୀ ବୁଦ୍ଧଜୀବୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । 


 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୫/୨୦୨୧---୫,୪୫

Blog Archive

Popular Posts