Breaking News

ଅନ ଲାଇନିରେ ଏଣିକି ମିଳିବ ବିବାହ ଓ ଶୁଦ୍ଧିକିୟା ପାଇଁ ଅନୁମତି

  ସାକ୍ଷୀଗୋପାଳ----ରାଜ୍ୟରେ ମହାମାରୀ ଦୁତୀୟ ଲହର କରୋନା ତାର କାୟା ବିସ୍ତାର କରି ଚାଲିଛି ।  ଏହାକୁ ନଜର କରି ରାଜ୍ୟ ସରକାର ବିବାହ ଓ ଶୁଦ୍ଧିକିୟା ପାଇଁ ଅନ ଲାଇନିରେ ଅନୁମତି ପତ୍ର ପ୍ରଦାନ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ସତ୍ୟବାଦୀ ତହସିଲଦାର ମନୋଜ ନାୟକ ଜଣାଇଛନ୍ତି ଯେ କୌଣସି ବ୍ୟକ୍ତି ବା ଲୋକମାନେ ତହସିଲ କାର୍ଯ୍ୟାଳୟକୁ ଜରୁରୀ କାମ ନ ଥିଲେ ଆସନ୍ତୁ ନାହିଁ ।  ବିବାହ ଓ ଶୁଦ୍ଧିକିୟା ଅନୁମତି ପାଇଁ ଅନଲାଇନିରେ ଦରଖାସ୍ତ କରନ୍ତୁ । ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନ ଅନୁଯାୟୀ ଅନଲାଇନିରେ ଅନୁମତି ପ୍ରଦାନ କରାଯିବ ବୋଲି  ତହସିଲଦାର ଶ୍ରୀ ନାୟକ କହୌିଛନ୍ତି । 

ଧୀରେନ୍ଦ୍ର ସେନାପତି, ୬/୫/୨୦୨୧---୫,୪୫

Blog Archive

Popular Posts