Breaking News

ଗ୍ରାମବାସୀ ମାନେ କାମ କରି ଏବେ ଅର୍ଥ ପାଇବାରୁ ବଞ୍ଚିତ ; ବିଡିଓ ନିକଟରେ ଅଭିଯୋଗ

 ସାକ୍ଷୀଗୋପାଳ ------- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଚଇଦଗୁଣ୍ଠ ଗ୍ରାମରେ ମହାବୀର କୂପ ଚାନ୍ଧନୀ ନିର୍ମାଣ କାର୍ଯ୍ୟ  ଚଉଦଗୁଣ୍ଠର ଗ୍ରାମବାସୀ ମାନେ କରିଥିଲେ । କାମ ସରିବାର ଅନେକ ଦିନ ପରେ ବି ଅର୍ଥ ପାଉନାହନ୍ତି । ଏ ସମ୍ପର୍କରେ ବିଭାଗୀୟ ଜେଇ, ପଞ୍ଚାୟତ ଅଧିକାରୀଙ୍କୁ ଗ୍ରାମାବସୀ ମାନେ ପଚାରିଲେ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇ ପାରୁନଥିବା ସମିତିସଭ୍ୟ କହନ୍ତି ।  ସୁଚନା ଯୋଗ୍ୟ ଯେ ୨୦୨୦-୨୦୨୧ ବର୍ଷର ୧୫ତମ ସିଏଫସି ଅର୍ଥ ଯୋଜନାରୁ ୫୦ ହଜାରଟଙ୍କା  ଉକ୍ତ କାମ ପାଇଁ ଅର୍ଥ ଅନୁମୋଦନ କରାଯାଇଥିଲା । ଏହି କାମ ଗ୍ରାମବାସୀ ମାନେ କରିଥିଲେ । ମାତ୍ର କାମ ସରିବାର ଅନେକ ଦିନ ପରେବି ଅର୍ଥ ମିଳୁନାହିଁ ବୋଲି ଉକ୍ତ ପଞ୍ଚାୟତର ସମିତିସଭ୍ୟ ବିଡିଓଙ୍କ ନିକଟରେ ଏକ ଲିଖିତ ଅଭିଯୋଗ ଆଣିଛନ୍ତି । ଏହି ଯୋଜନାରେ ଅନ୍ୟ କାମ ହୋଇ ବିଲ ମିଳିସାରିଥବା ବେଳେ ଏହି କାମର ବିଲ କାହିଁକି ହେଉନାହିଁ ତାହା ଏବେ ଗ୍ରାମବାସୀ ମାନେ ଜାଣିପାରୁନାହାନ୍ତି । ବ୍ଳକରୁ ଏହି କାମ ପାଇଁ ଅନୁମତି ପ୍ରଦାନ ହୋଇଥିବା ବେଳେ ଏହି କାମର ଫାଇଲି  ଗ୍ରାମ ପଞ୍ଚାୟତ ଅଧିକାରୀ ଦେଉନଥିବା ସମିତିସଭ୍ୟ ଅଭିଯୋଗ ଆଣିଛନ୍ତି । ଏପରିକି ଉକ୍ତ ପଞ୍ଚାୟତରେ ବହୁ ଅର୍ଥ ତୋଷାର ପାତ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ବିଡିଓ କ୍ଷୀରୋଦ କୁମାର ବେହେରା କହନ୍ତି ଅନୁଧ୍ୟାନ କରିବା ସହ ତୁରନ୍ତ ଅର୍ଥ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୫/୨୦୨୧----୯,୧୫

Blog Archive

Popular Posts