ସାକ୍ଷୀଗୋପାଳ ବଜାରରେ କୋଭିଡ କଟକଣାକୁ ଫୁ
ସାକ୍ଷୀଗୋପାଳ ------ଆଜି ଠାରୁ ରାଜ୍ୟ ସରକାରଙ୍କ କୋଭିଡ ୧୯ ଦୁତୀୟ ଗାଇଡିଲାଇନି ଜାରି ହୋଇଛି । ସକାଳ୭ଟା ଠାରୁ ୧୧ ଘଣ୍ଟିକା ପର୍ଯ୍ୟନ୍ତ ରାଜ୍ୟ ସରକାର ନିଦ୍ଧିଷ୍ଟ ଆବଶ୍ୟକୀୟତା ଥିବା କେତେକ ଦେକାନ ଖୋଲିବା ପାଇଁ ନିୟମ କରିଛନ୍ତି । ଯେଉଁମାନେ ବଜାର ଆସିବେ ରାଶନ ସାମଗ୍ରୀ ବା ପରିବା, ଆମିଷ ନେବା ପାଇଁ ସେମାନେ ଚାଲି ଚାଲି ଆସିବେ ବୋଲି ମାର୍ଗ ଦର୍ଶିକାରେ କୁହାଯାଇଛି । ମାତ୍ର ସାକ୍ଷୀଗୋପାଳ ବଜାରରେ ଆଜି ଯେପରି ଦେକାନ ବଜାର ସବୁ ଖୋଲି ଯାଇଥିଲା ।ଲୋକ ମାନଙ୍କର ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା । ଏପରିକି ସେଲୁନ, ଡ୍ରେସ, ପାନ , ଲେଡିଜ କର୍ଣ୍ଣର, ଷ୍ଟେସନାରୀ ଆଦି ଦେକାନ ଗୁଡିକ ଖୋଲିଥିଲା । ବଜାରରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା ।୧୧ଟାରେ ଦେକାନ ବଜାର ବନ୍ଦ କରିବା ପାଇଁ ନିୟମ ରହିଥିବା ବେଳେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦେକାନ ଗୁଡିକ ଖୋଲିଥିବାର ଦେଖାଯାଇଥିଲା । ସତେ ଯେପରି ଲୋକମାନେ ସାକ୍ଷୀଗୋପାଳ ବଜାରରୁ କରୋନା ନେବା ପାଇଁ ଭିଡ ଜମେଇଛନ୍ତି । ତୁରନ୍ତ ପ୍ରଶାସନ ଏ ଦିଗପ୍ରତି ଯଦି ନଜର ନ ଦିଅନ୍ତି ତାହେଲେ ସାକ୍ଷୀଗୋପାଳ ବଜାର କରୋନା ବଜାର ହେବ ବୋଲି ଲୋକମାନେ କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୫/୨୦୨୧----୯,୧୫ Sakhigopal News,