Breaking News

_ସ୍ଵର୍ଗଦ୍ଵାର ବିଶୋଧନ କଲେ ସ୍ବେଚ୍ଛାସେବୀ_



   ପୁରୀ_-----ପୁରୀ ଜିଲ୍ଲା ତଥା ରାଜ୍ୟର ଏକ ପ୍ରମୁଖ ଧାର୍ମିକ ସ୍ଥଳୀ ଭାବେ ସ୍ଵର୍ଗଦ୍ଵାର ପରିଚିତ। ସମଗ୍ର ଓଡ଼ିଶାର ଲୋକମାନେ ନିଜର ପ୍ରୀୟଜନଙ୍କ ଶବ ସତ୍କାର ପାଇଁ ଏଠାକୁ ଆସିଥାନ୍ତି। ବର୍ତମାନ କୋଭିଡ କଟକଣା ପାଇଁ ଅନ୍ୟ ଜିଲ୍ଲା ର ଶବ ସତ୍କାର ବନ୍ଦ ଥିଲେ ମଧ୍ୟ, ପୁରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଲୋକେ ଏଠାକୁ ପ୍ରିୟଜନଙ୍କ ଶବ ସତ୍କାର କରିବା ପାଇଁ ଆସୁଛନ୍ତି। 
ଦୈନିକ ବିଭିନ୍ନ ପ୍ରକାର ଲୋକଙ୍କ ସମାଗମ ହେତୁ ଏଠାରେ ଭୟାବହ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ଯାହାକି ଜିଲ୍ଲା ପାଇଁ ସୁପର ସ୍ପ୍ରେଡର ସାଜିପାରେ। ପ୍ରଶାସନ ଦ୍ବାରା ଗତବର୍ଷ କୋଭିଡ୍ ସମୟରେ ବିଶୋଧନ ହେଉଥିଲେ ମଧ୍ୟ, ଚଳିତ ବର୍ଷ ବିଶୋଧନ ହୋଇନାହିଁ। ଏହାକୁ ଦୃଷ୍ଟିରେ ରଖି ଆଜି ସତ୍ୟବାଦୀ ର "ଗରୀବର ସାଥୀ" ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ସମଗ୍ର ସ୍ଵର୍ଗଦ୍ଵାର ପରିସରକୁ ବିଶୋଧିତ କରାଯାଇଛି। ଅନୁଷ୍ଠାନ ସଭାପତି ସନ୍ଦୀପ ମହାପାତ୍ର,ନିରଞ୍ଜନ ଜେନା, ଚନ୍ଦନ ମାନପତ୍ର ଓ କୈଳାସ ପଲେଇ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସମ୍ପାଦନ କରିଥିଲେ।ଆଜି ଏହି ପରିପ୍ରେକ୍ଷୀରେ ମଧ୍ୟ "ଆସୋସିଏସନ୍ ଅଫ ଟୁଇଟର ଆକ୍ଟିଭିଷ୍ଟ" ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କୁ (ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ମୁଖ୍ୟ ସେବକଙ୍କ ଜରିଆରେ) ସ୍ଵର୍ଗଦ୍ଵାର ପରିସର ଦୈନିକ ବିଶୋଧନ ବ୍ୟବସ୍ଥା କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଧୀରେନ୍ଦ୍ର ସେନାପତି,୧୮/୫/୨୦୨୧---୪,୨୦ 
Sakhigopal News,18/5/2021

Blog Archive

Popular Posts