Breaking News

ଧର୍ମ ପରାୟଣ ମହିଳାଙ୍କର ହୃଦଘାତରେ ପରଲୋକ


  ସାକ୍ଷୀଗୋପାଳ--- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗଡବରରାମପୁର  ଗ୍ରାମ ପଞ୍ଚାୟତର ନୂଆବୁଢ଼ାକେରା ଗ୍ରାମର ବୃନ୍ଦାବନ ମିଶ୍ରଙ୍କ ପତ୍ନୀ ଉମାମଣି ମିଶ୍ର (୧୦୩)ବୟସରେ ହୃଦ ଘାତରେ ପରଲୋକ ହୋଇଯାଇଛି । ଗ୍ରାମର ସବୁଠାରୁ ବୟସାଧିକ ମହିଳା ଥିଲେ । ସେ ଧର୍ମପରାୟଣ, ମିଷ୍ଠାବାସୀ, ପରୋପକାରୀ ମହିଳା ଥିଲେ । ତାଙ୍କର ୮ଟି ପୁଅ ଓ ୫ଝିଅ ଙ୍କ ମଧ୍ୟରୁ ଗୋଟିଏ ଝିଅର ମୃତ୍ୟୁ ହୋଇଛି । ଏବେ ୧୨ଜଣ ପୁଅ ଝିଅ ରହିଛନ୍ତି । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁତ୍ର ଭାସ୍କର ମିଶ୍ର, ପ୍ରଫୁଲ ମିଶ୍ର,ରାଜକିଶୋର ମିଶ୍ର, ବ୍ରଜ କିଶୋର ମିଶ୍ର, ଆର୍ତ୍ତତ୍ରାଣ ମିଶ୍ର, ରବି ମିଶ୍ର, ପ୍ରwକାଶ ଚନ୍ଦ୍ର ମିଶ୍ର,  ପ୍ରମୋଦ ମିଶ୍ର ପୁତ୍ରବଧୁ, ନାତି ନାତୁଣୀ, ଅଣ ନାତିନାତୁଣୀ ମାନେ ଉପସ୍ଥିତ ରre5ହିଥିଲେ ।କୋଭିଡ ନିୟମ ଅନୁସାରେ ଗ୍ରାମ ଶଶ୍ମାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ପୁଅ ପ୍ରଫୁଲ ମିଶ୍ର ମୁଖାଗ୍ନି ଦେଇଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୬/୫/୨୦୨୧---୬,୫୫

Blog Archive

Popular Posts