ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅକ୍ସିଜେନ୍ ଏକ୍ସପ୍ରେସ୍ ମାଧ୍ୟମରେ ୩୮୦ଟନ୍ ଲିକ୍ୱିଡ୍ ମେଡିକାଲ୍ ଅକ୍ସିଜେନ୍ ପରିବହନ
ଜଟଣୀ --ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅମ୍ଳଜାନ ଏକ୍ସପ୍ରେସର ଯୋଗେ ବିଭିନ୍ନ ରାଜ୍ୟକୁ ପଠାଯାଇଛି |
୨୫ ଟ୍ୟାଙ୍କର୍ ଏଲ୍ଏମ୍ଓ ଅମ୍ଳଜାନ ଏକ୍ସପ୍ରେସର "ରୋ ରୋ" ସେବା ମାଧ୍ୟମରେ ତେଲେଙ୍ଗାନା, ହରିୟାଣା ଏବଂ ଦିଲ୍ଲୀ ପରି ବିଭିନ୍ନ ରାଜ୍ୟକୁ ପରିବହନ କରାଯାଇଛି ।ବର୍ତ୍ତମାନର କୋଭିଡ ବୃଦ୍ଧି ସମୟରେ ପୀଡିତ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଅମ୍ଳଜାନ ପରିବହନ ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ରେଳ ସାଇଡିଙ୍ଗରେ ଦିନରାତି ଉଦ୍ୟମ ଚାଲିଛି । ପୂର୍ବତଟ ରେଳବାଇର ଖୋର୍ଦ୍ଧା ରୋଡ଼ ମଣ୍ଡଳ ମହାମାରୀ କୋଭିଡ ସମୟରେ ପୀଡିତ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ ପାଇଁ ରେଳ ମନ୍ତ୍ରଣାଳୟ ନେଇଥିବା ପଦକ୍ଷେପର ଏକ ଅଂଶ ପାଲଟିଛି। ଆଜି ପର୍ଯ୍ୟନ୍ତ ୩୮୦ ଟନ୍ LMO ଖୋର୍ଦ୍ଧା ରୋଡ଼ ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ଇସ୍ପାତ କାରଖାନାରୁ ତେଲେଙ୍ଗାନା, ହରିୟାଣା ଏବଂ ଦିଲ୍ଲୀକୁ ପରିବହନ କରାଯାଇଛି |୨୩ ଟି ଟ୍ୟାଙ୍କରରେ ସମୁଦାୟ ୩୪୨ ଟନ୍ LMO ଟାଟା ଭୁଷଣ ସାଇଡିଙ୍ଗ, ଅନୁଗୁଳରୁ ହରିୟାଣା ଏବଂ ତେଲେଙ୍ଗାନାକୁ ପରିବହନ ହୋଇସାରିଛି | ସେହିଭଳି ଦୁଇଟି ଟ୍ୟାଙ୍କରରେ 38 ଟନ୍ LMO ଜିନ୍ଦଲ ଷ୍ଟିଲ ଅନୁଗୁଳରୁ ଦିଲ୍ଲୀକୁ ପରିବହନ କରାଯାଇଛି | କିଛି ଖାଲି ଥିବା ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କରରେ ଏହି ସାଇଡିଂରୁ ଲୋଡିଂ ପ୍ରକ୍ରିୟା ଚାଲିଛି | ରେଳବୋର୍ଡ ଦ୍ଵାରା ବିଭିନ୍ନ ରାଜ୍ୟ ସରକାରଙ୍କ ତରଫରୁ ଅନୁରୋଧ ପାଇବା ମାତ୍ରେ ଖାଲି ଟ୍ୟାଙ୍କର୍ ଅନଲୋଡିଂ ଏବଂ LMO ଲୋଡିଂ ଦିନରାତି ଉପରୋକ୍ତ ସାଇଡିଂରେ କରାଯାଇଛି ଏବଂ ଅମ୍ଳଜାନ ଏକ୍ସପ୍ରେସର ଦ୍ରୁତ ପ୍ରେରଣ ପାଇଁ ଗ୍ରୀନ୍ କରିଡର ଯୋଗାଇ ଦିଆଯାଇଛି | କରୋନା ଭୁତାଣୁ ସଂକ୍ରମଣ ହେତୁ ଅମ୍ଳଜାନ ସମସ୍ୟାରେ ପୀଡିତ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ ଚାଲିଛି | ଖୋର୍ଦ୍ଧା ରୋଡ଼ ମଣ୍ଡଳ ଅଧୀନରେ ଥିବା ଇସ୍ପାତ କାରଖାନାଗୁଡ଼ିକରେ ତରଳ ମେଡିକାଲ ଅମ୍ଳଜାନ ଲୋଡିଂ ଉପରେ ଖୋର୍ଦ୍ଧା ରୋଡ଼ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଶଶି କାନ୍ତ ସିଂହ ତଦାରଖ କରୁଛନ୍ତି । ଏହି ସେବାରେ ଯେପରି କୈାଣସି ବିଘ୍ନ ନହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସାମ୍ପ୍ରତିକ କୋଭିଡ ବୃଦ୍ଧି ସମୟରେ ଅମ୍ଳଜାନ ଯୋଗାଇ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଉଦ୍ୟମ ଚାଲିଛି ।
ଜଟଣୀ -ରଙ୍ଗନାଥ ବେହେରା ,୭/୫/୨୦୨୧-----୯,୩୦