ପରିବା ଓ ରାଶନ ସାମଗ୍ରୀ ଯୋଗାଇଲା ମିଶନ ଶକ୍ତି ମହିଳା ମହାସଂଘ
ଡେଲାଙ୍ଗ ----- ରାଜ୍ୟରେ ଦୁତୀୟ ଲହର କରୋନା ଭୟାଙ୍କର ରୂପ ନେଉଛି । ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରାକର ବିଭିନ୍ନ ଜିଲ୍ଲାରେ ଲକଡାଉନ ଜାରି କରିଛନ୍ତି । ସକାଳ ୬ଠାରୁ ଅପରାହ୍ନ୧୨ ଟା ପର୍ଯ୍ୟନ୍ତ ରାଶନ, ପରିବା, କ୍ଷୀର, ମାଛ ମାଂସ କେତକ ଆବଶ୍ୟକୀୟ ଦେକାନ ଖୋଲାରହୁଛି । ଏହାକୁ ଲକ୍ଷ୍ୟ କରି ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘ ପକ୍ଷରୁ ଡେଲାଙ୍ଗ ବ୍ଳକରେ ଆଜିଠାରୁ ସୁଲଭ ଦରରେ କୋଭିଡ ଆଇନ ଅନୁଯାୟୀ ଗ୍ରାମ ମାନଙ୍କରେ ପରିବା, ଗୋସରୀ ଓ ସାନିଟାଇଜର, ମାସ୍କ ବିକ୍ରୟ ଆରମ୍ଭ କରିଛି । ଏହାକୁ ଡେଲାଙ୍ଗ ବିଡିଓ ଦିଲ୍ଲୀପ କୁମାର ଷଢ଼ଙ୍ଗୀ, ପିପିଲି ଏସଡିପିଓ ଦେବଦତ୍ତ ବରାଳ, ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଭ୍ରାମ୍ୟମାଣ ଦେକାନକୁ ଉଦଘାଟନ କରିଛନ୍ତି । ମିଶନଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ସଦସ୍ୟା ଭାରତୀ ଚମ୍ପତୀ, ବନିତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ଜେନାପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଲୋକଙ୍କୁ ପରିବା ଓ ରାଶନ ସାମଗ୍ରୀ ବିକ୍ରୟ କରାଯାଇଥିଲା । ବିଶେଷ କରି ଲୋକମାନେ ବଜାର ନ ଆସି ସେମାନଙ୍କ ଘର ପାଖରେ ଜିନିଷ ଯୋଗାଇ ଦେବା ସହ କରୋନାଠାରୁ ଦୂରେଇ ରଖିବା ପାଇଁ ଏହା ହେଉଛି ମିଶନଶକ୍ତି ମହିଳା ମହାସଂଘର ପ୍ରୟାସ । ବିଭିନ୍ନ ପଞ୍ଚାୟତରେ ଥିବା ମହାସଂଘ ଏହାପର ଠାରୁ ସେମାନେ ନିଜ ନିଜ ପଞ୍ଚାୟତରେ ରାଶନ ଓ ପରିବା ଆଦି ଅବଶ୍ୟକୀୟ ସାମଗ୍ରୀ ବିକ୍ରୟ କରିବେ ବୋଲି ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତି ସାହୁ କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୫/୨୦୨୧---୬,୩୫