Breaking News

ଏନ୍ ସି ସି ଶିକ୍ଷକ ପଦବୀରୁ ଅବସର ନେଲେ ବିଜୟ ପରିଡା


 ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ସାକ୍ଷୀଗୋପାଳର ଏନ୍ ସି ସି ଶିକ୍ଷକ ବିଜୟ କୁମାର ପରିଡା ୨୦ ବର୍ଷ ଧରି ଏନସିସି ଅଧିକାରୀ ରୂପେ କାର୍ଯ୍ୟ କରିଥିଲେ । ବିଭାଗୀୟ ଚିଠି ପ୍ରଦାନରେ ଅବହେଳା ଯୋଗୁ ଶ୍ରୀ ପରିଡାଙ୍କ କାର୍ଯ୍ୟକାଳ ଉପରିସ୍ଥ ଅଫିସରକଙ୍କ ନିକଟରେ ଗ୍ରହଣୀୟ ନ ହେବାରୁ ଶ୍ରୀ ପରିଡା ନିୟମ ଅନୁସାରେ ଅବସର ନେଇଛନ୍ତି ।  ତାଙ୍କ ସ୍ଥାନରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଚିତ୍ର ଖଟେଇଙ୍କ ନାମ ଗ୍ରହଣ କରିବା ପାଇଁ ୬ଷ୍ଠ ଓଡିଶା ବାଟାଲିଅନ ଏନସିସି ପୁରୀଙ୍କୁ  ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ ପତ୍ର ମାଧ୍ୟମରେ ଜଣାଇଛନ୍ତି । ଶ୍ରୀ ପରିଡା ଏନସିସି ଅଧିକାରୀ ଥିବା ସମୟରେ ଅନେକ କୃତ୍ତିତ୍ୱ ହାସଲ କରିଛନ୍ତି । ଏପରିକି ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୩ ଜଣ ଛାତ୍ର ଅଂଶ ଗ୍ରହଣ କରି ନୁତନ ଇତିହାସ ରଚିଛନ୍ତି । ଏହା ସହିତ  ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି । ଅବସର ଗ୍ରହଣ କରିବା ଖବର ଜାଣିବା ପରେ ଅନେକ ଶୁଭେଛୁ ଓ ପୂର୍ବ କ୍ୟାଡେଟ ମାନେ କୋଭିଡ ଆଇନ ଅନୁଯାୟୀ ଶ୍ରୀ ପରିଡାଙ୍କୁ ଶୁଭେଛା ବାର୍ତ୍ତା ପ୍ରଦାନ କରିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୫/୨୦୨୧---୭,୪୦


Blog Archive

Popular Posts