Breaking News

ରାସ୍ତା ଉପରେ ମଲା ଗଛ; ଅଘଟଣକୁ ଅପେକ୍ଷା

 




ଡେଲାଙ୍ଗ --------ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ମୋହନପୁର ଗ୍ରାମ ରାସ୍ତାରେ ଏକ ମଲାଗଛ ରହିଛି । ଗଛ ତଳେ ବିଦ୍ୟତ ତାର ମଧ୍ୟ ଯାଇଛି । ବିଶେଷ କରି କାଳବୈଶାଖୀ ହେଉଥବା ବେଳେ ଆଗକୁ ବର୍ଷ ଦିନ ଆସୁଛି । କେଉଁସମୟରେ ଏହା ଅଘଟଣ ନ ଘଟିବ ତାହା କହିବା କଷ୍ଟକର ହୋଇପଡିଛି । ଏ ସମ୍ପର୍କରେ ଯୁବ ଅଧ୍ୟାପକ ତ୍ରିନାଥ ପରିଡା ବିଡିଓଙ୍କ ସହିତ ଅଗ୍ନିଶମ ଓ ତହସିଲଦାରଙ୍କୁ ଜଣାଇଥିବା ଜଣାପଡିଛି । ମାତ୍ର କୌଣସି ଅଧିକାରୀ ଏ ଦିଗପ୍ରତି ନଜର ଦେଇନଥିବା ଜଣାପଡିଛି ।  କୌଣସି ଧନ ଜୀବନ ନଷ୍ଟ ନ ହେବା ଆଗରୁ ଉକ୍ତ ମଲାଗଛକୁ ତୁରନ୍ତ କାଟିବା ପାଇଁ ଗ୍ରାମାବସୀ ମାନଙ୍କ ପକ୍ଷରୁ ନିବେଦନ କରିଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୫/୨୦୨୧---୬,୩୫

Blog Archive

Popular Posts