Breaking News

ବରାଳ ଗ୍ରାମକୁ ବିଶୋଧନ କଲେ ଗରିବର ସାଥୀ ଅନୁଷ୍ଠାନ


 ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର କାଦୁଆ ଗ୍ରାମ ପଞ୍ଚାୟତର ବରାଳ ଗ୍ରାମରେ ଏକ ସଙ୍ଗେ ୨୨ଜଣ କରୋନା ପଜେଟେଭି ଚିହ୍ନଟ ହୋଛନ୍ତି । ଯାହାକୁ ନେଇ ସତ୍ୟବାଦୀ ପ୍ରଶାସନ ଏବେ ଚିନ୍ତିତ । ଏଥିଯୋଗୁ  ବରାଳ ଗ୍ରାମକୁ ସାତଦିନ ପାଇଁ କଣ୍ଟେନମେଣ୍ଟ ଜେନା ଭାବେ ସତ୍ୟବାଦୀ ପ୍ରଶାସନ ଘୋଷଣା କରିଛି । ଏହି ଅବସରରେ ବରାଳ ଗ୍ରାମରେ ଥିବା ଅଗଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗରିବର ସାଥୀ ର ସଭାପତି ସନ୍ଦୀପ ମହାପାତ୍ରଙ୍କ ତତ୍ୱବଧାନରେ ସ୍ୱାଧୀନ ମହାପାତ୍ର ଓ ଚନ୍ଦନ ମହାପାତ୍ର ମିଳିତ ଭାବେ ଘରକୁ ଘର ବୁଲି ସାନିଟାଇଜର କରିଛନ୍ତି । ଏହା ସହିତ ଗ୍ରାମ ବାସୀଙ୍କୁ କରୋନା ସଚେତନତା କରାଇଛନ୍ତି । ଯେପରି ଆଉ ଅଧିକ ଲୋକଙ୍କୁ ସଂକ୍ରମଣ ନ ହୁଏ ସେଥିପ୍ରତି ସମସ୍ତେ ସଜାଗ ରହିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ସତ୍ୟବାଦୀ ପୁଲିସ ପକ୍ଷରୁ ଉକ୍ତ ଗ୍ରାମପ୍ରତି ନଜର ରଖାଯାଇଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୫/୨୦୨୧---୮,୪୦ 

 Sakhigopal News, 20/5/2021

Blog Archive

Popular Posts