Breaking News

ପ୍ରବାସୀଙ୍କୁ ଡେଲାଙ୍ଗ ପ୍ରଶାସନ କୋଭିଡ କେୟାର ସେଣ୍ଟରକୁ ନେଲା ଓ ଲକଡାଉନ ସଚେତନତା କଲା


 


 ଡେଲାଙ୍ଗ -----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ଏକ ଗ୍ରାମକୁ ତେଲେଙ୍ଗାନା ଓ ହାଇଦ୍ରାବଦରୁ ଦୁଇଜଣ ପ୍ରବାସୀ ନିଜ ଗ୍ରାମକୁ ଫେରିଥିଲେ । ମାତ୍ର ସରକାରଙ୍କ କୋଭିଡ-୧୯ ଆଇନ ପାଳନ କରିନଥିଲେ । ଏହି ଖବର ଡେଲାଙ୍ଗ ତହସିଲଦାର ମହେନ୍ଦ୍ର ବଡେଇ ଓ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗିଙ୍କ ସହିତ ଥାନା କର୍ମଚାରୀଙ୍କ ସହଯୋଗରେ ପ୍ରବାସୀ ଦୁଇଜଣ କୋଭିଡ କେୟାର ସେଣ୍ଟରକୁ ଯିବେ ନାହିଁ ବୋଲି ମନା କରି ଦେଇଥିଲେ । ଅଧିକାରୀ ମାନେ ବୁଝାସୁଝା କରିବା ପରେ ଦୁଇ ପ୍ରବାସୀଙ୍କୁ ଅଭୟମୁଖୀ ରେ କରାଯାଇଥବା କୋଭିଡକେୟାର ସେଣ୍ଟରକୁ ନିଆଯାଇଥିବା ତହସିଲଦାର ଶ୍ରୀ ବଢ଼େଇଙ୍କ ଠାରୁ ପ୍ରକାଶ । ସେହିପରି ଉନ୍ଦିପୁର ବଜାରରେ ଖେଳିଥିବା ବିଭିନ୍ନ ଦେକାନ ଗୁଡିକକୁ ବିଡିଓ ଓ ତହସିଲଦାର ବନ୍ଦ କରାଇଥିଲେ । ରାଜ୍ୟ ସରକାରଙ୍କ କୋଭିଡ-୧୯ ଗାଇଡି ଲାଇନି ଓ ଲକଡାଉନ ସମ୍ପର୍କରେ ତହସିଲଦାରଙ୍କ ପକ୍ଷରୁ ଡାକବାଜି ଦ୍ୱାରା ପ୍ରଚାର କରାଯିବା ସହ ବ୍ୟବସାୟୀ ଓ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୬/୫/୨୦୨୧---- ୫,୪୦

Blog Archive

Popular Posts