Breaking News

ଦିବାଲୋକରେ କାର କାଚଭାଙ୍ଗି ଲକ୍ଷାଧିକ ଲୁଟ


 ଜଟଣୀ---  ଜଟଣୀ ସବରେଜିଷ୍ଟାର କାର୍ଯ୍ୟାଳୟ ସମୁଖରୁ ଏକ କାରର କାଚଭାଙ୍ଗି ସେଥିରେ ଥିବା ୬ ଲକ୍ଷଟଙ୍କା ଲୁଟିନେବାରେ ସକ୍ଷମ ହୋଇଛନ୍ତି ଲୁଟେରା ମାନେ  । ଜଟଣୀଥାନା ଅନ୍ତର୍ଗତ ପାଚଂଗାଁ ଅଞ୍ଚଳର ଦାଶରଥୀ ହରିଚନ୍ଦନ ଆଜି ଅପରାହ୍ନରେ ଜଟଣୀ ସବରେଜିଷ୍ଟାର କାର୍ଯ୍ୟାଳୟରେ  ପୁରୁଣାଭୂବନେଶ୍ୱର ଅଞ୍ଚଳର ଦିଲୀପ କୁମାର ପଣ୍ଡାଙ୍କୁ ଜମି ରେଜିଷ୍ଟ୍ରି କରିବାଲାଗି ଆସିଥିଲେ । ଜମିର ସମସ୍ତ ଟଙ୍କା ପୁର୍ବରୁ ଦେଣନେଣ ହୋଇଥିବା ବେଳେ ରେଜିଷ୍ଟି ସମୟରେ ମାତ୍ର ୬ଲକ୍ଷ ଟଙ୍କା ଦେଇ ରେଜିଷ୍ଟି କରିବାଲାଗି ସେମାନଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା । ତେଣୁ ଏନେଇ ସେମାନେ ସବରେଜିଷ୍ଟାର କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ଦିଲିପ ୬ଲକ୍ଷ ଟଙ୍କା ନଗଦ ଦେଇଥିଲେ । ଉକ୍ତ ଟଙ୍କାକୁ ଦାଶରଥୀ ତାଙ୍କ ଶାଳକ ରାଜ କିଶୋର ପରିଡାଙ୍କୁ ଦେବାଲାଗି କହିଥିଲେ । ତେବେ ଏନେଇ ଦିଲିପ ତାଙ୍କ କାରରୁ ୬ଲକ୍ଷ ଟଙ୍କା ଆଣି ରାଜକିଶୋରଙ୍କ କାରନଂ ଓଡି ୦୪ଜେ ୦୦୬୩ ମଧ୍ୟରେ ରଖିଥିଲେ । ତେବେ ଏନେଇ ରାଜ କିଶୋର ଟଙ୍କାକୁ ସମ୍ଭାଳିବାଲାଗି କାରରେ ବସିଥିଲେ । ମାତ୍ର କିଛି ସମୟପରେ କାରଟିକୁ ଛାଡି ରାଜକିଶୋର ମଧ୍ୟ ରେଜିଷ୍ଟ୍ରି କାର୍ଯ୍ୟାଳୟ ମଧ୍ୟକୁ ପଳାଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୁତମାନେ କାରର ବାମପଟ କାଚଭାଙ୍ଗି ଉକ୍ତ ଟଙ୍କାଭତ୍ତି ବ୍ୟାଗକୁ ଲୁଟିନେଇ ଚମ୍ପଟ ମାରିଥିଲେ । ରେଜିଷ୍ଟ୍ରି କାର୍ଯ୍ୟ ସାରି ଘରକୁ ଯିବାଲାଗି ଆସିବାପରେ କାରର କାଚ ଭାଙ୍ଗିବା ସହିତ ଟଙ୍କା ଲୁଟ ହୋଇଥିବା ଦେଖିବାକୁ ପାଇଥିଲେ । ତେବେ ଏନେଇ ଜଟଣୀଥାନାରେ ଅଭିଯୋଗ ହୋଇଥିଲା ।  ଜଟଣୀରୁ ରଙ୍ଗନାଥ ବେହେରା, ୧୧/୩/୨୦୨୧----୧୦,୧୫


Blog Archive

Popular Posts