
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଇନ୍ଦିପୁର କଲେଜ ପାଖ ମା କ୍ଷେତ୍ରପାଳୀ କ୍ରିକେଟ ପଡିଆରେ ୨ୟ ବାର୍ଷିକ ମା କ୍ଷେତ୍ରପାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟଚେ ମା ତାରେଣୀ କ୍ରିକେଟ କ୍ଳବ ସହିତ ଏୟାରଟେଲ ସୁପର କିଙ୍ଗ କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏୟାରଟେଲ ସୁପର କିଙ୍ଗ ଟଚ ଜିତି ପ୍ରଥମେ ଫିଲିଡିଂ କରିଥିଲା । ମା ତାରେଣୀ ଦଳ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୯ ଉଇକେଟ ହରାଇ ୧୬୯ ରନ କରିଥିଲେ । ଜବାବରେ ଏୟାରଟେଲ ସୁପର କିଙ୍ଗ ଦଳ ୧୫ ଓଭରରେ ୯ ଉଇକେଟ ହରାଇ ୭୪ ରନ କରିଥିଲେ । ମା ତାରେଣୀ କ୍ରିକେଟ ଦଳ ୯୫ ରନରେ ଜିତି ଏ ବର୍ଷ ଚମ୍ପିୟାନ ହୋଇଥିବା ବେଳେ ଏୟାରଟେଲ ସୁପର କିଙ୍ଗ ଦଳ ରନସ ହୋଇଥିଲେ । ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ , ସମ୍ମାନୀୟ ଅତିଥି ଭାବେ ସମାଜସେବୀ ନିରଞ୍ଜନ ଜେନା, ସମ୍ମାଦିକ ଧୀରେନ୍ଦ୍ର ସେନାପତି, ବିଜୟ ମହାପାତ୍ର ଯୋଗ ଦେଇଥିଲେ । ମା ତାରେଣୀ କ୍ରିକେଟ କ୍ଳବ ଚମ୍ପିୟାନ ଦଳକୁ ୧୨ ହଜାରଟଙ୍କାର ଚେକ ଓ ଟ୍ରଫି ମୁଖ୍ୟ ଅତିଥି ଶ୍ରୀ ମଙ୍ଗରାଜ ପ୍ରଦାନ କରିଥିବା ବେଳେ ରନସ ଅଫ ଏୟାରଟେଲ ସୁପର କିଙ୍ଗ ଦଳକୁ ୯ ହଜାରଟଙ୍କାର ଚେକ ଓ ଟ୍ରଫି ଉପସ୍ଥିତ ଅତିଥି ମାନେ ପ୍ରଦାନ କରିଥିଲେ । ପ୍ରସାଦ କୁମାର ପରିଡା, ହରଶ୍ଚନ୍ଦ ପରିଡା ଫାଇନାଲ ମ୍ୟାଚ ପରିଚାଳନା କରିଥିଲେ । ମ୍ୟାନ ଅଫ ଦିମ୍ୟାଚ ତୈଲ୍ୟକ ନାଥ ସାହୁ, ମ୍ୟାନ ଅଫ ଦି ସିରିଜି ପ୍ରତାପ ଭୋଇ , ବେଷ୍ଟ ବୋଲର ପ୍ରଶାନ୍ତ ବେହେରା, ବେଷ୍ଟ ବ୍ୟାଟସମ୍ୟାନ କୃଷ୍ଣଚନ୍ଦ୍ର ବେହେରାଙ୍କୁ ଅତିଥି ମାନେ ପୁରଷ୍କାର ପ୍ରଦାନ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୩/୨୦୨୧---୬,୨୫