ଆବର୍ଜନାମୟ ଜଟଣୀକୁ ନେଇ ଏକନମ୍ବର ସ୍ୱଛସହରର ସ୍ୱପ୍ନ ଦେଖୁଛି ପୈାରପରିଷଦ
ଜଟଣୀ----- ଜଟଣୀ ସହର ବର୍ଷବର୍ଷରୁ ଆବର୍ଜନାମୟ ସହରଭାବେ ମାନ୍ୟତା ପାଇ ଆସୁଛି । ତେବେ ଆବର୍ଜନାମୟ ଜଟଣୀ ସହରକୁ ନେଇ ସ୍ୱଛଭାରତ ମିଶନ ଯୋଜନାରେ ପୈାରପରିଷଦ ଏ୍କନମ୍ବର ସହରର ସ୍ୱପ୍ନ ଦେଖୁଛି । ଏପରି ପରିସ୍ଥିତିରେ ସ୍ୱଛ ସର୍ବେକ୍ଷଣ ବ୍ୟବସ୍ଥାରେ ଆବର୍ଜନାମୟ ଜଟଣୀ ସହରପାଇଁ ପୈାରପରିଷଦକୁ ର୍ୟାଙ୍କ ମିଳିବା ନେଇ ଆଶା ଆଶଙ୍କାରେ ରହିଯାଇଛି । ଜଟଣୀ ପୈାରପରିଷଦ ଦ୍ୱାରା ସହରକୁ ସଫେଇ କରିବାଲାଗି ସ୍ଥାୟୀ ଓ ଅସ୍ଥାୟୀଭାବେ ୨୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ରହିଛନ୍ତି । ପରିମଳ ବ୍ୟବସ୍ଥାକୁ ତଦାରଖ କରିବାଲାଗି ପ୍ରତି ୱାର୍ଡଲାଗି ୱାର୍ଡ ଅଫିସର, ସାନିଟାରୀ କର୍ମଚାରୀ ଓ ସ୍ୱଛସାଥୀ ମଧ୍ୟ ରହିଛନ୍ତି । ମାତ୍ର ଏସବୁ ବ୍ୟବସ୍ଥା ପୈାରପରିଷଦ ମଧ୍ୟରେ ରହିଥିବା ବେଳେ ରାତିରେ ସୁଇପମେସିନ ମଧ୍ୟ କାର୍ଯ୍ୟରତ ରହିଛି । ହେଲେ ସହରଟି ବର୍ଷତମାମ ଆବର୍ଜନାମୟ ହୋଇ ରହୁଛି । ଏପରି କେତେକ ୱାର୍ଡ ରହିଛି ଯେଉଁଠି ସଫେଇ କର୍ମଚାରୀମାନଙ୍କ ପାଦ ପଡିନାହିଁ । ବର୍ଷବର୍ଷରୁ ନାଳନର୍ଦ୍ଧମା ସଫା ହୋଇନାହିଁ କି ୱାର୍ଡରେ ଝାଡୁ ଲାଗିନାହିଁ । ବିଭିନ୍ନ ସମୟରେ ଅସ୍ଥାୟୀ ସଫେଇ କର୍ମଚାରୀମାନେ ସେମାନଙ୍କ ପାରିଶ୍ରମିକ,ଇପିଏଫ ଓ ଇଏସଆଇ ଇତ୍ୟାଦି ଦାବି କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥାନ୍ତି । ଏତେ ସବୁ ଅଧିକାରୀ ପଦବୀରେ ରହି ମାସମାସଧରି ଅଳିଆ ଆବର୍ଜନା,ମାଟି ,ଇଟା, ପଥର,ବାଲି ଆଦି ଗଦାହୋଇ ଅସ୍ୱସ୍ଥିକର ପରିବେଶ ସୃଷ୍ଟି ହୋଇଛି ଜଟଣୀ ସହର । ସମସ୍ତେ ସବୁଦେଖି ନଦେଖିବାଭଳି ଯାଉଛନ୍ତି । ଅନ୍ୟପଟେ ପୈାରପରିଷଦକୁ କୋଟି କୋଟି ଟଙ୍କା ବ୍ୟୟରେ ସଜାଯାଉଛି । ହେଲେ ସହର ଆବର୍ଜନାମୟ ହୋଇ ରହିଛି । ଅଧିକାଂଶ ୱାର୍ଡରେ ରହିଥିବା ଡ୍ରେନଗୁଡିକରେ ସ୍ଲାବ ନଥିବାରୁ ମୁକୁଳା ପଡିଛି । ଡ୍ରେନରେ ବିଲେଇ, କୁକୁର,ମୂଷା ଇତ୍ୟାଦି ପଡି ପଚିସଢି ଅସ୍ୱସ୍ଥିକର ପରିବେଶ ମଧ୍ୟରେ ଲୋକମାନଙ୍କୁ ରହିବାକୁ ପଡୁଛି । ଅନ୍ୟପକ୍ଷରେ ରାସ୍ତାକଡରେ ରହିଥିବା ଶୈାଚାଳୟ ଗୁଡିକର ଅବସ୍ଥା କହିଲେ ନ ସରେ । ଏହି ଶୈାଚାଳୟ ଖୋଲାରହିଛି ହେଲେ ଏଥିରେ ପାଣି ବ୍ୟବସ୍ଥା ନାହିଁ । ରଖାଯାଇଥିବା ବାଲଟି ଏବଂ ମଗକୁ କେହି ଦୁର୍ବୁତ ନେଇ ପଳାଉଥିବା ଅଫିସର କହୁଛନ୍ତି । ବିଭିନ୍ନ ଅଞ୍ଚଳରୁ ଆସୁଥିବା ଅତିଥୀମାନେ ରାସ୍ତାକଡରେ ପରିଶ୍ରା କରିବାକୁ ବାଧ୍ୟ ହେଉଛନ୍ତି । ତଥାପି ଓଡିଏଫ ସାର୍ଟିଫିକେଟ ପାଇବାକୁ ହକଦାର ବୋଲି ପୈାରପରିଷଦ ଦାବି କରୁଛି । ସବୁଠାରୁ ବଡ ଆଶ୍ଚର୍ଯ୍ୟଜନକ ଘଟଣା, ଜାନୁୟାରୀ ୧ ତାରିଖ ଠାରୁ ସ୍ୱଛସର୍ବେକ୍ଷଣ ଆରମ୍ଭ ହୋଇଯାଇଛି । ଏଥିରେ ପୈାରପରିଷଦ ଜାନୁୟାରୀମାସ ୪ ତାରିଖ, ୧୬ ଏବଂ ୨୨ ତାରିଖ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଏହି ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗତ ସର୍ବେକ୍ଷଣରେ ଜଟଣୀ ସହର ୩୮ ନଂ ର୍ୟାଙ୍କରେ ପହଁଚିଥିଲା ବେଳେ ଚଳିତଥର କେଉଁର୍ୟାଙ୍କରେ ରହିବ ସେ ନେଇ କର୍ମଚାରୀମାନଙ୍କୁ ସଚେତନତା କରାଯାଉଛି । ମାତ୍ର ଏହି ସ୍ୱଛସର୍ବେକ୍ଷଣରେ ଜଟଣୀ ପୈାରପରିଷଦ କିପରି ଅଧିକ ର୍ୟାଙ୍କ ପାଇବ ସେନେଇ କାଗଜକଲମରେ ଚାଷ ଚାଲିଛି । ଶ୍ରେୟନେବାଲାଗି ପୈାରପରିଷଦ କାଗଜକଲମରେ ଚାଷ କରୁଛି । ତେଣୁ ଆବର୍ଜନାମୟ ଜଟଣୀ ସହରକୁ ନେଇ ପୈାରପରିଷଦ କର୍ମଚାରୀମାନେ ଏକନମ୍ବର ସ୍ୱଛସହରର ସ୍ୱପ୍ନ ଦେଖୁଛନ୍ତି । ମାତ୍ର ଦେଖବାକୁ ବାକି ରହିଲା ସର୍ବେକ୍ଷଣ ସଂସ୍ଥା ଏଥର ଜଟଣୀ ପୌରପରିଷଦକୁ ୩୮ନଂ ଆଗକୁ ଆଣିବେ ନା ରାସ୍ତା ନଳା ଦେଖିବା ପରେ ୩୮ନଂ ପଛକୁ ନେବେ ତାହା ସମୟହିଁ କହିବ । Jatani era sabu adea aliagadha jam Ehachi, Sakhigopal News Jatanieur R Bhera, 20/3/2021---9,30 P.M
ଜଟଣୀରୁ ରଙ୍ଗନାଥ ବେହେରା, ୨୦/୩/୨୦୨୧----୯,୩୦