Breaking News

ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନର ଶୁଭାରମ୍ଭ

 

UGS Mahabidlay era MO Colleg  Abhijana

 ସାକ୍ଷୀଗୋପାଳ ------ ଭିଡିଓ କନଫରେନ୍ସି ମାଧ୍ୟମରେ ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ସଭାଗୃହ ପରିସରରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରତିକାନ୍ତ ପରିଡା, ମୋ କଲେଜର ସଂଯୋଜକତଥା ଇଂରାଜୀ ବିଭାଗର ମୁଖ୍ୟ ଗୋପାଳ କୃଷ୍ଣ ପଣ୍ଡା ସମ୍ପାଦକ ବାଣିଜ୍ୟ ବିଭାଗର ମୁଖ୍ୟ ସୁବାଷ ଚନ୍ଦ୍ର ସାହୁ ଓ ପଧ୍ୟାପକ ବସନ୍ତ ରଥ ପ୍ରମୁଖଙ୍କ ଉପସ୍ଥିତିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ରର୍ପଣ କରାଯିବା ସହ ପ୍ରଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା । ମୋ କଲେଜର ସଂଯୋଜକ ଶ୍ରୀ ପଣ୍ଡା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୁତ ଆଲେଚନା କରିଥିଲେ । ମୋ ସ୍କୁଲ ଅଭିଯାନ ସଫଳ ହେବା ପରେ  ରାଜ୍ୟ ସରକାରଙ୍କର ଏହା ହେଉଛି ଅନ୍ୟତମ କାର୍ଯ୍ୟକ୍ରମ ବୋଲି ଯୋଗ ଦେଇଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ । ଶେଷରେ ମହାବିଦ୍ୟାଳୟର ବଡବାବୁ ରାଜ କିଶୋର ପତି ଧନ୍ୟବାଦ  ଦେଇଥିଲେ ।

UGS Mahabidlay era MO Colleg  Abhijan , Sakhigopal Dhirendra Senapati, 21/3/2021---7,25 P.M 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୩/୨୦୨୧---୭.୨୫

Blog Archive

Popular Posts