Breaking News

ମୋ କଲେଜ ଅଭିଯାନ "ର ଶୁଭ ଉଦଘାଟନ


କୋଦଳା -ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନେତୃତ୍ୱ ନେବାର ଦକ୍ଷତା ବୃଦ୍ଧି କରିବା, ପୁରାତନ ଛାତ୍ରଛାତ୍ରୀଙ୍କୁ ପୁଣି ନିଜ କଲେଜ ସହିତ ଯୋଡିବା ଉଦ୍ଦେଶ୍ୟ ରେ ରବିବାର ଠାରୁ ଆରମ୍ଭ ହୋଇଛି "ମୋ କଲେଜ ଅଭିଯାନ "। ଦିନ ଗଡ଼ିଯାଏ କିନ୍ତୁ କଲେଜ ର ସ୍ମୃତି ଜୀବନବ୍ୟାପି ରହିଯାଏ । କଲେଜ କେବଳ ଶିକ୍ଷ୍ୟା ସହିତ ସୀମିତ ରହିନାହିଁ ।କ୍ରୀଡା ସଂସ୍କୃତି ଠାରୁ ସୃଜନଶିଳତାର ବିକାଶର ପବିତ୍ର ଭୂମି ହେଉଛି କଲେଜ। ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମ ରେ ଅପରାହ୍ନ ଚାରିଘଣ୍ଟ ସମୟରେ ଶୁଭଉଦଘାଟନ କରିଛନ୍ତି ।ଏହି ଅବସର ରେ କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ପରିସର ରେ "ମୋ କଲେଜ ଅଭିଯାନ "କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ବିଦ୍ୟାର୍ଥୀ, ଅଭିଭାବକ, ଅଧ୍ୟକ୍ଷ୍ୟ,ଅଧ୍ୟାପକ, ଅଧ୍ୟାପିକା ଓ କର୍ମକର୍ତ୍ତା ମିଳିମିଶି କାର୍ଯ୍ୟକରିବାକୁ ଏହା ଏକ ମାଧ୍ୟମ ବୋଲି କହିବା ସହିତ ବର୍ତ୍ତମାନ ର ଛାତ୍ରଛାତ୍ରୀଙ୍କୁ ନୂତନ ପଦ୍ଧତି ରେ ଉତ୍ତମ ଶିକ୍ଷ୍ୟା ପ୍ରଦାନ କେମିତି କରାଯାଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଅଧ୍ୟାପକ ,ଅଧ୍ୟାପୀକାଙ୍କୁ ଅନୁରୋଧ କରିଥିଲେ । ଏଥିରେ ଅନ୍ୟମାନ ଙ୍କ ମଧ୍ୟରେ ସ୍ନାତ୍ତକ ମହାବିଦ୍ୟାଳୟ ଅଧ୍ୟକ୍ଷ୍ୟ ଡଃ ପଦ୍ମ ଚରଣ ପାଢ଼ୀ, ଜୁନିଅର କଲେଜ ଅଧ୍ୟକ୍ଷ୍ୟ ଡଃ ସିମାଞ୍ଚଳ ମୁନୀ,କଲେଜ ନିର୍ମାଣ ର ମୁଖ୍ୟ ପୁରୋଧା ତଥା ସମ୍ପାଦକ ଶିକ୍ଷ୍ୟାବିତ୍ତ ପ୍ରଫୁଲ୍ଲ କୁମାର ରଥ, ପ୍ରାକ୍ତନ କଲେଜ ଗଭର୍ଣ୍ଣିଙ୍ଗ ବଡି ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର ମଞ୍ଚାସୀନ ଥିବାବେଳେ ବହୁ ପୁରାତନ ବିଦ୍ୟାର୍ଥୀ, ଅଭିଭାବକ ଅଧ୍ୟାପକ ,ଅଧ୍ୟାପିକା,ଦୁଇ କଲେଜ କର୍ମକର୍ତ୍ତା ଉପସ୍ଥିତ ଥିଲେ ।ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ , ୨୨/୩/୨୦୨୧----୬,୨୦

Blog Archive

Popular Posts