Breaking News

ବିବାହ ବେଦୀରେ ବରକନ୍ୟାଙ୍କୁ ପରିବେଶ କର୍ମୀ ହୃଷୀକେଶ ପାଢ଼ୀଙ୍କର ଚାରା ପ୍ରଦାନ


bhivabhay bediera BarKanuku tree prdhan
 ଡେଲାଙ୍ଗ--- ଡେଲାଙ୍ଗ ଥାନା ଅନ୍ତର୍ଗତ ପଟଣପୁର ଗ୍ରାମରେ ଏକ ବିବାହ କାର୍ଯ୍ୟ ଚାଲିଥିବା ବେଳେ ବୋଳକଣା ଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଆଇନଜୀବୀ ହୃଷୀକେଶ ପାଢ଼ୀ ସେଠାରେ ପହଞ୍ଚି  ବାହ୍ମଣଙ୍କ ଦ୍ୱାରା ବୃକ୍ଷ ଦାନ ମହାପୁଣ୍ୟ ମନ୍ତ୍ର ଉଚ୍ଚାରଣ କରାଇଥିଲେ । ଶ୍ରୀ ପାଢ଼ୀ ନବ ଦମ୍ପତିଙ୍କ ଶୁଭମନାସି ସେମାନଙ୍କୁ ଏକ ରାଧାଚୁଡା ଚାରା ପ୍ରଦାନ କରିଥିଲେ । ପରିବେଶ ସୁରକ୍ଷାର ବାର୍ତ୍ତା ଶ୍ରୀ ପାଢ଼ୀ  ପ୍ରଦାନ କରିବା ସହ ସମସ୍ତେ ଗୋଟିଏ  ଗୋଟିଏ ଗଛ ଲଗାଇବା ପାଇଁ ନିବେଦନ କରିଥିଲେ । ଶ୍ରୀ ପାଢ଼ୀଙ୍କର ଏହି କାର୍ଯ୍ୟକୁ ମନେ ରଖିବା ପାଇଁ ନବ ଦମ୍ପତି ନିଜ ବାରିରେ ଏହି ବୃକ୍ଷ ଲଗାଇବେ ବୋଲି ଶ୍ରୀ ପାଢ଼ୀଙ୍କୁ କହିଥିଲେ ।
Bhivabhay bediera BarKanuku tree prdhan , Delang, Dhirendra Senapati, 20/3/2021---9,55 P,M 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୦/୩/୨୦୨୧----୯,୫୫

Blog Archive

Popular Posts