ଗାଦି ବ୍ରହ୍ମଙ୍କ ବାର୍ଷିକ ଉତ୍ସବ
ଜଟଣୀ--ଜଟଣୀ ବ୍ଲକ ଅନ୍ତର୍ଗତ କୁସୁମାଟି ଗୋପୀନାଥ ପୁର ଗ୍ରାମରେ ଗାଦି ବ୍ରହ୍ମଙ୍କ ମଠରେ ଜନ୍ମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି ।ଗ୍ରାମବାସୀଙ୍କ ମତରେ ଏହି ଉତ୍ସବ ଆମ ପୂର୍ବପୁରୁଷ ଅମଳରୁ ପାଳିତ ହୋଇ ଆସୁଅଛି । ଗାଦି ବ୍ରହ୍ମଙ୍କ ମହିମା ଅପାର ଏହାକୁ ବର୍ଣ୍ଣନା କରିବା ଆମ ପାଖରେ ଧୃଷ୍ଟତା ମାତ୍ର । ବାବା ହେଉଛନ୍ତି ବିଷ୍ଣୁଙ୍କ ନିରାକାର ଅବତାର । ଆମ ଅଞ୍ଚଳରେ ଥିବା ଅଠରଟି ମଠ ମଧ୍ୟରୁ ଆମ ଗାଁ ଗୋପୀନାଥପୁର ଗାଦି ବ୍ରହ୍ମ ମଠ ଶ୍ରେଷ୍ଠ ।ଏହା ବେନୁପଡା ଗାଦି ବ୍ରହ୍ମର ଏକ ଅଂଶବିଶେଷ । ବାବାଙ୍କ ପାଖରେ ଗ୍ରାମବାସୀଙ୍କ ଆଗାଢ଼ ବିଶ୍ୱାସ ଏବେ ବି ରହିଛି । ଗ୍ରାମର କୌଣସି ବ୍ୟକ୍ତି କିମ୍ବା ଶିଶୁଙ୍କୁ ସର୍ପଆଘାତ କରେ ତେବେ ସଙ୍ଗେ ସଙ୍ଗେ ବାବାଙ୍କ ପାଖକୁ ଆଣି ଶହେ ଆଠ କଳସ ପାଣି ଢାଳନ୍ତି ତେବେ ଭଲ ହୋଇଯିବାର ବିଶ୍ୱାସ ଅଛି । ଭକ୍ତଙ୍କ ମାନସିକ ମଧ୍ୟ ପୂରଣ ହୁଏ । ତେଣୁ ଗ୍ରାମବାସୀ ମାନେ ପ୍ରତ୍ୟକ ବର୍ଷ ଫାଲଗୁନ ମାସ ଶୁକ୍ଲପକ୍ଷ ଚର୍ତୁଦର୍ଶିରେ ଏହି ଉତ୍ସବ ପାଳନ କରିଥାନ୍ତି । ଉତ୍ସବ ରେ ଆଖ୍ ପାଖ ଅଞ୍ଚଳର ସାତଟି ସଙ୍କୀର୍ତ୍ତନ ମଣ୍ଡଳୀ ଙ୍କ ଦ୍ଵାରା ସଙ୍କୀର୍ତ୍ତନ ପରିବେଷଣ କରାଯାଇଥିଲା । ଶେଷରେ ମଠ କୁ ଆସୁଥିବା ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ଏହି ଉତ୍ସବର ମୁଖ୍ୟ ପୁରୁଧାହେଲେ ବାଳକୃଷ୍ଣ ସ୍ୱାଇଁ, ରବୀନ୍ଦ୍ର କୁମାର ସ୍ୱାଇଁ, ବ୍ରଜବନ୍ଧୁ ଦାଶ, ସୁଦର୍ଶନ ଜୟସିଂହ, ଗଙ୍ଗାଧର ସ୍ୱାଇଁ ପ୍ରମୁଖ ଏବଂ ଗ୍ରାମବାସୀ ବୃନ୍ଦ ।
ଜଟଣୀ -ରଙ୍ଗନାଥ ବେହେରା,୨୦/୩/୨୦୨୧----୩,୦୦