Breaking News

ରୁଦ୍ରାଭିଷେକ ଓ ଶିବ ପଞ୍ଚାକ୍ଷର, ମହିମା ସ୍ରୋତ, ବିଶ୍ୱଶାନ୍ତି ମହଯଜ୍ଞରେ କମ୍ପିଲା ଶୈବପୀଠ


 ସାକ୍ଷୀଗୋପାଳ  ----- ମହାଶିବ ରାତି ପାଇଁ  ଶୈବପୀଠ ଗୁଡିକରେ ସକାଳୁ ସକାଳୁ  ସ୍ରୋତିୟ ବାହ୍ମଣ ମାନଙ୍କ ଦ୍ୱାରା ରୁଦ୍ରାଭିଷେକ ପାଠ ଓ ଶିବ ପଞ୍ଚାକ୍ଷର, ଶିବ ମହିମା ସ୍ରୋତ, ବିଶ୍ୱଶାନ୍ତି ମହାଯଜ୍ଞ, ଭଜନ କୀର୍ତ୍ତନ, ନାମ ସଂକୀର୍ତ୍ତନ  ଗାନରେ ଶୀବ ପୀଠ ଗୁଡିକ ଆଧାତ୍ମିକ ପରିବେଷସୃଷ୍ଟି ହୋଇଥିଲା ।  ଶିବ ମହିମାରେ ଲଲ୍ଳେଖ ରହିଛି ଏହି ଦିନରେ ଯେଉଁମାନେ ଉଜାଗର ରହି ଶୈବପୀଠରେ ଦ୍ୱୀପ ଜାଳିବା ସହ ଶିବଙ୍କ ନାମ ସ୍ମରଣ କରିବେ ଦେବ ଦେବ ମହାଦେବ ତାର ମାନସିକ ପୂରଣ କରିଥାନ୍ତି । ଏହି ଅବସରରେ ମହାଶିବ ରାତି ଅବସରରେ ବିଭିନ୍ନ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି ।  ଜାଗରଯାତ୍ରା ଆଗ ଦିନ ଠାରୁ ବିଭିନ୍ନ ଶୈବ ପୀଠ ଗୁଡିକ ସଫେଇ କରାଯିବା ସହ ଫୁଲ ଓ ରଙ୍ଗ ବେରଙ୍ଗ ଆଲୋକ ମାଳରେ ମନ୍ଦିରକୁ ସଜ୍ଜିତ କରାଯାଇଛି । ଏଥିପାଇଁ ମନ୍ଦିର ସେବାୟତ, ଗ୍ରାମବାସୀ  ଓ ଟ୍ରଷ୍ଟର୍ବୋଡ ମାନଙ୍କର ମିଳିତ ବୈଠକ କରାଯାଇ ପର୍ବକୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ପ୍ରକାରର ଆୟୋଜନ କରାଯାଇଛି ।  ମାତ୍ର ଏ ବର୍ଷ କୋଭିଡ-୧୯ ଆଇନ ଅନୁଯାୟୀ  ଶୈବପୀଠ ଗୁଡିକରେ ଭକ୍ତ ମାନଙ୍କୁ କଟଖଣାରେ ଠାକୁରଙ୍କୁ ଦର୍ଶନ କରୁଛନ୍ତି ।  ଶୈବ ପୀଠ ଗୁଡିକରେ ଦେକାନ ବଜାର ସେପରି ନଥିଲା । ଭକ୍ତଙ୍କର ଗହଳି ପରିଲକ୍ଷିତ ହୋଇନଥିଲା ।

ବିଭିନ୍ନ ପୀଠ ଗୁଡିକରେ ବିଶ୍ୱଶାନ୍ତି ମହାଯଜ୍ଞ, ରୁଦ୍ରାଭିଷେକ,ଅଷ୍ଟପ୍ରହର ନାମଯଜ୍ଞ ପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସେହିପରି କେତକ ଶୈବପୀଠରେ ମନସ୍କାମନା ପୁରଣ ପାଇଁ ପୀଠର ଚର୍ତୁପାଶ୍ୱର୍ରେ  ରାତି ସାରା ଉଜାଗର ରହି ଭକ୍ତ ମାନେ ଅଖଣ୍ଡ ଜାଗର ଜାଳି ଥିବା ଦେଖାଯାଇଥିଲା ।  ସେହିପରି ବିଭିନ୍ନ ଶୈବପୀଠ ଗୁଡିକରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି । ପୁରୀ ଜିଲାର ପ୍ରସିଦ୍ଦ ଶୈବପୀଠ ଯୋଡାଲିଙ୍ଗ ଓ ସତ୍ୟବାଦୀର ବରାଳ ବାଲୁଙ୍କେଶ୍ୱରଙ୍କ ପୀଠ ନିକଟରେ ଶହସ୍ରାଧିକଙ୍କ ଶ୍ରଦ୍ଧାଳୁଙ୍କ ସମାବେଶ ହେବାକୁ ଲକ୍ଷ୍ୟ କରି  ମନ୍ଦିର ପ୍ରଶାସକ ଭୋର ୩ଟାରୁ ଦ୍ୱାର ଉନେˆାଚନ, ମଙ୍ଗଳ ଆଳିତି, ଅବକାଶ, ସୁନା ବେଶ ଆଦି ନୀତିକାନ୍ତି କରାଯିବା ପରେ ଭକ୍ତ ମାନଙ୍କ ପାଇଁ ସାହାଣ ମେଳା ଦର୍ଶନ ଆରମ୍ଭ ହୋଇଥିଲା  ।   କୋଭିଡ- ୧୯ ଆଇନ ଅନୁଯାୟୀ ଭକ୍ତ ମୁଖଶାଳା ଠାରେ ରହି ଠାକୁରଙ୍କୁ ଦର୍ଶନ କରିଥିଲେ । କୌଣସି ଭକ୍ତଙ୍କୁ ଠାକୁରଙ୍କ ପାଖକୁ ଛଡାଯାଉନାହିଁ । ।  ବରାଳ ବାଲେୁଙ୍କେଶ୍ୱର ଦେବଙ୍କ ମନ୍ଦିରରେ   ଧୂପ , ଦୀପ, ନୈବେଦ, ଫୁଲ ,ଫଳ, ବେଳପତ୍ର,  ଓ କେତକୀ  ଠାକୁରଙ୍କୁ ଲାଗି କରିବା ପାଇଁ ମନ୍ଦିରରେ ଲମ୍ବାଧାଡି ପରିଲକ୍ଷିତ ହୋଇଛି ।  ସାଣ୍ଡରା ନୀଳକଣ୍ଠେଶ୍ୱର, ଷୋଳହଳ ଲୋକନାଥ, ବଳପୁର ବାଲୁଙ୍କେଶ୍ୱର, ସୁଆଣ୍ଡୋ ଲୋକେଶ୍ୱର, ବିଦ୍ୟାଧରପୁର ଶ୍ରୀକୁଣ୍ଡେଳେଶ୍ୱର, ପାରକେଣା ଗ୍ରାମର ବାଲିକପିଲେଶ୍ୱର, ସାକ୍ଷୀଗୋପାଳ ବଜାରର ରତ୍ନେଶ୍ୱର, ଖଜୁରେଶ୍ୱର, ବନ୍ତେଶ୍ୱର, କୋଶଳେଶ୍ୱର, ଇଷାଣେଶ୍ୱର, ମୁଅଁଖିଆ, ଲକ୍ଷେଶ୍ୱର, ବୀରରାମଚନ୍ଦ୍ରପୁର ଧବଲେଶ୍ୱର ଓ ଲକ୍ଷେଶ୍ୱର, ବାଲିସାହିର ଖରାଖିଆ ମହାଦେବ, ଅଳଗୁମର ଗତିଶ୍ୱର, ବଣିଆସାହିର ବାଲୁଙ୍କେଶ୍ୱର,  ସେବକସାହିର ଅନନ୍ତେଶ୍ୱର,  ଭୁତୁପଡା ବାଲୁଙ୍କେଶ୍ୱର ,  ଇନ୍ଦିପୁରର କୁମାରେଶ୍ୱର, ଓଲବେଦରପଡାର ଇନ୍ଦ୍ରେଶ୍ୱର, ପଟ୍ଟନାୟିକିଆ ର ମାଳ ବାଲୁଙ୍କେଶ୍ୱର ଆଦି ଦେବଙ୍କ ପୀଠ ଗୁଡିକରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଛି ।  ମାନସିକଧାରୀ ମାନେ  ଚୁଡାଘଷା ପ୍ରସ୍ତୁତ କରି ଠାକୁରଙ୍କୁ  ଅର୍ପଣ କରିଥିଲେ  । ସତ୍ୟବାଦୀ ବ୍ଳକ ସ୍ଥିତ ପ୍ରସିଦ୍ଧ ଶୈବପୀଠ ବରାଳ ବାଲୁଙ୍କେଶ୍ୱରଙ୍କ ପୀଠରେ ରାତି ୧୦ଟା ୩୦ରେ ହରିହର ଭେଟ ହେବାପରେ ବଡସିଂହାର ପରେ ମନ୍ଦିରଚୁଡାକୁ ୍ର ମହାଦ୍ୱିପ ଉଠିଥିଲା ।  ବ୍ଳକ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍କଳା ରକ୍ଷା କରିବା ନିମନ୍ତେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ସେଠାରେ ଉପସ୍ଥିତ ରହିଛନ୍ତି  ।  ବିଭିନ୍ନ ଶୈବପୀଠ ଗୁଡିକରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।    ବିଭିନ୍ନ  ଶୈବ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୩/୨୦୨୧----୧୦,୦୫

Blog Archive

Popular Posts