Breaking News

ବିଦ୍ୟାଳୟ ପରିସରରେ ବାଘୁଆ ମହୁ ମାଛି ନଜର ଦେବାକୁ ଦାବି

 ଡେଲାଙ୍ଗ --- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ ଗ୍ରାମ ପଞ୍ଚାୟତର ଉଦୟପୁର  ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବଟବୃକ୍ଷରେ ବାଘୁଆ ମହୁ ମାଛି ବସା ରହିଛି । ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ କରାଯିବାସମୟରେ ଧୁଆଁ ହେଲେ ବା ସେମାନଙ୍କ ଉପରେ କିଛି ବିପଦ ଆଶାଙ୍କ ହେଲେ ସେମାନେ ଦଳ ଦଳ ହୋଇ ଆକ୍ରମଣ କରୁଛନ୍ତି । ଡେଲାଙ୍ଗରେ ଉପନିର୍ବାଚନ ତାରିଖ ଘୋଷଣା ହୋଇ ସାରିଲାଣି । ଏହି ବିଦ୍ୟାଳୟରେ ବୁଥ ରହିଛି । ନିର୍ବାଚନ ସମୟରେ ଏହି ମହୁମାଛି କୌଣସି ମୁହୂର୍ତ୍ତରେ ଆକ୍ରମଣ ନ କରିବେ କେହି କହି ପାରିବେ ନାହିଁ ବୋଲି  ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ବେହେରା କହିଛନ୍ତି । ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଶ୍ରୀ ବେହେରା ବ୍ଳକ ଶିକ୍ଷା ଅଧିକାରୀ ଓ ବିଡିଓଙ୍କୁ ଲିଖିତ ଆକାରରେ ଜଣାଇଥିବା ଜଣାପଡିଛି । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୦/୩/୨୦୨୧----୧୨,୫୬

Blog Archive

Popular Posts