ଦୋଳ ଭୋଗ ଖିଆକୁ ନେଇ ଗ୍ରାମରେ ଉତ୍ତେଜନା ; ବାପ , ପୁଅ ଗିରଫ
ଡେଲାଙ୍ଗ -----ଡେଲାଙ୍ଗ ଥାନା ଅନ୍ତର୍ଗତ ହାକପଡା ଗ୍ରାମରେ ବାବା ବାଲୁଙ୍କେଶ୍ୱର ଦେବଙ୍କ ଭୋଗ ଖିଆ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ହାକପଡା ଗ୍ରାମର ପ୍ରତାପ ସ୍ୱାଇଁ ଏହାକୁ ବିରୋଧ କରିଥିଲେ । ଏପରିକି କାହାକୁ ପଚାରିକି ଠାକୁରଙ୍କୁ ଭୋଗ ଖାଇବା ପାଇଁ ଆଣିଛି ବୋଲି ପ୍ରଶ୍ନ କରିବା ସହ ଗାଳି ମନ୍ଦ କରିଥିଲେ । ଏହାକୁ ହାକପଡା ଗ୍ରାମର କବିରାଜ ସ୍ୱାଇଁ ବିରୋଧ କରିବାରୁ ତାଙ୍କୁ ପ୍ରତାପ ସ୍ୱାଇଁ ଓ ତାଙ୍କ ପୁଅ ଜ୍ଞାନରଞ୍ଜନ ସ୍ୱାଇଁ ଗାଳିମନ୍ଦ କରିବା ସହ ହତ୍ୟା କରିବା ପାଇଁ ଧମକ ଦେଇଥିଲେ । ଶେଷରେ ଗ୍ରାମବାସୀଙ୍କ ପକ୍ଷରୁ କବିରାଜ ଡେଲାଙ୍ଗ ଥାନାରେ ଲିଖିତ ଭାବେ ଜଣାଇଥିଲେ । କବିରାଜଙ୍କ ଅଭିଯୋଗକୁ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଗୁରୁତ୍ୱର ସହ ବିଚାର କରି ୬୮/୨୦୨୧ରେ ଏକ କେସରୁଜ କରି ତଦନ୍ତ କରିଥିଲେ । ପ୍ରତାପ ସ୍ୱାଇଁଙ୍କୁ ଗ୍ରାମରେ ଉତ୍ତେଜନା ସୃଷ୍ଟି ନ କରିବା ଓ ଠାକୁରଙ୍କୁ ଭୋଗ ଖାଇବା ପାଇଁ ବାରଣ ନ କରିବାକୁ ବୁଝାଇଥିଲେ ମଧ୍ୟ ସେ ତାଙ୍କ ଜିଦରେ ଅଟଳ ରହିଥିଲେ । ଶେଷରେ ଆଇଆଇସି ପ୍ରତାପ ସ୍ୱାଇଁ ଓ ତାଙ୍କ ପୁଅ ଜ୍ଞାନରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ପ୍ରତିବର୍ଷ ପ୍ରତାପ ସ୍ୱାଇଁ ଠାକୁରଙ୍କ ଭୋଗ ଖିଆ ସମୟରେ ଗ୍ରାମରେ ଉତେଜନା ସୃଷ୍ଟି କରିବା ଓ ଜନସାଧାରଣଙ୍କୁ ଧମକ ଚମକ ଦେବା ଆଦି ବିଭିନ୍ନ କେସରେ ଜଡିତ ରହିଥିବା ଥାନା ଆଇଆଇସି ଶ୍ରୀ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୭/୩/୨୦୨୧---୪,୩୫