Breaking News

ତିରୁପତି ମନ୍ଦିର ନିକଟରେ ଏକ ଥଣ୍ଡା ପାନୀୟ ପ୍ରକଳ୍ପ ଉଦଘାଟିତ ଓ ରକ୍ତଦାନ ଶିବିର ଅନୁଷ୍ଠିତ


Tirupati Mandhiera thanda pani Mesini lagila
ସାକ୍ଷୀଗୋପାଳ ନିଉଜ୍ :-ବରଗଡ ଜିଲ୍ଲା ଭେଡେନ ବ୍ଲକ ଲାୟନ୍ସ କ୍ଲବ ଝରାପାଲି ମାର୍କେଟ, ଥୁଆପାଲି ର ସଦସ୍ୟ,ସଦସ୍ୟା ମାନେ ଉପସ୍ଥିତ ରହି ସଂକ୍ରିଡା ପଞ୍ଚାୟତ ର ଟାଙ୍ଗରପାଲି (ଥପାପାଲି) ତିରୁପତି ମନ୍ଦିର ନିକଟରେ ଏକ ଥଣ୍ଡା ପାନୀୟ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ଏଥିରେ ଲାୟନ୍ସ କ୍ଲବ ରାଉରକେଲା ର ମୁଖ୍ୟ ଅତିଥି ଲାୟନ୍ସ ରାକେଶ କୁମାର ସିଂ ଯୋଗ ଦେଇ ଏକଫ୍ରିଜର ପ୍ରଦାନ କରିଥିଲେ।
ଏହି ଅବସରରେ ଲାୟନ୍ସ ଝରାପାଲି ମାର୍କେଟ, ଥୁଆପାଲି ର ସଦସ୍ୟ ,ସଦସ୍ୟା ମାନଙ୍କୁ ନେଇ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩ ଜଣ ମହିଳା ସମେତ ୩୬ ଜଣ ରକ୍ତଦାନ କରିଥିଲେ। ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ରକ୍ତ ଭଣ୍ଡାର ଡାକ୍ତର ଶର୍ମା, ଟେକ୍ନିସିଆନ୍ ରବି ନାରାୟଣ ରାଉତ, ଜନକ ବେହେରା,ପାଏନୁ ଭୁଏ, ସଂଜୀବ ବେହେରା ଓ କାଉନସିଲର ମଂଟୁ ପ୍ରଧାନ ଯୋଗ ଦେଇଥିଲେ।
ଏହି ସମୟରେ ଲାୟନ୍ସ କ୍ଲବର ସଭାପତି ରଶ୍ମୀ ରଞ୍ଜନ ପାଢ଼ୀ, ସୁନୀଲ ଅଗ୍ରୱାଲ, ବିକାଶ ମେହେର, ଅମୀୟ କୁମାର ମେହେର, ସନ୍ତୋଷ ପ୍ରଧାନ, କୁଶ ପ୍ରଧାନ, ସୁଶିଲ ଅଗ୍ରୱାଲ, ଓ ସଂକ୍ରିଡା ପଞ୍ଚାୟତ ସରପଞ୍ଚ ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
Tirupati Mandhiera thanda pani Mesini lagila, Sakhigopal News, Vedeaneru Bavani sankha Padhi, 20/3/2021---7,55 P.M 
ଭେଡେନ ରୁ ଭବାନୀଶଙ୍କର ପାଢ଼ୀ ଙ୍କ ରିପୋର୍ଟ ,୨୦/୩/୨୦୨୧-----୭,୫୫

Blog Archive

Popular Posts