ଶ୍ରୀରାମ ବଜାରରେ ବାଦୀପାଲା ଉଦଯାପିତ
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ବଳରାମପୁରଗଡ ପଞ୍ଚାୟତର ଶ୍ରୀରାମ ବଜାରରେ ବାଦୀପାଲା ଉଦଯାପିତ ହୋଇଥିଲା। ୬୦ ବର୍ଷ ଧରି ବଜାର, ପାଲା କମିଟି ଓ ଗ୍ରାମବାସୀ ମାନଙ୍କ ସହଯୋଗରେ ଅନୁଷ୍ଠିତ ହୋଇଆସୁଛି ବୋଲି ପ୍ରକାଶ ଚନ୍ଦ୍ର ମିଶ୍ର ଙ୍କ ଠାରୁ ପ୍ରକାଶ । ବାଙ୍କୀର ପାଲା ଗାୟକ ସୁଦର୍ଶନ ଜେନା, ବାୟକ-ବିପିନି ବିହାରୀ ବିଶ୍ବାଳ, ଶ୍ରୀପାଳିଆ-ଅରୁଣ କୁମାର ଜେନା, ବିପିନି ଖଟୋଇ ଓ ଭରତ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ପାଲା ମାଧ୍ୟମରେ କରୋନା ସଚେତନତା କରାଯିବା ସହ କୋଭିଡ-୧୯ ଅନୁଯାୟୀ ଗୋଟିଏ ପାଲା ଗାୟକ ଆଣିବା ପାଇଁ ପାଲା କମିଟିରେ ନିଷ୍ପତ୍ତି ନିଆଯାଇଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି,୨୮/୩/୨୦୨୧----୮,୪୦