Breaking News

ୱାର୍ଡ ସ୍ତରୀୟ କମିଟି ଗଠନ


 ଡେଲାଙ୍ଗ -----  ପିପିଲି ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହେବା ପାଇଁ ତାରିଖ ଧାର୍ଯ୍ୟ ହେବା ପରେ ସବୁ ଦଳୀୟ ନେତା ମାନଙ୍କର ତତ୍ପରତା ପ୍ରକାଶ ପାଇଛି । ଏହାକୁ ନଜର କରି ଡେଲାଙ୍ଗ ବ୍ଳକର ରେଞ୍ଚ ଗ୍ରାମ ପଞ୍ଚାୟତ ବିଜେଡିର ଦୁର୍ଗ ରହିଥିବା ବେଳେ ଏଥର ଆଉ ଅଧିକ ଭୋଟ କିପରି ବିଜେଡି ଦଳକୁ ଆସି ପାରିବ ସେଥି ନେଇ ଏକ ୱାର୍ଡ ସ୍ତରୀୟ କର୍ମୀ ଚୟନ କରାଯାଇଛି । ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମୀ ବୈଠକରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରା, ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତ ରାୟଙ୍କ ସହିତ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ ,ସ୍ଥାନୀୟ ସରପଞ୍ଚ ପ୍ରତିମା ମଲିକ, ଯୁବ ସଂଗଠକ ରତ୍ନାକର ଜେନା, ସାରଙ୍ଗ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦଳୀୟ ସାଂଗଠନିକ ଆଲେଚନାରେ ଭାଗ ନେଇଥିଲେ । ଶେଷରେ ବ୍ଳକ ସଭାପତି ଶ୍ରୀ ଜେନା ଉପସ୍ଥିତ ଥିବା ମହିଳା ପରୁଷ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୭/୩/୨୦୨୧-----୫,୧୫

Blog Archive

Popular Posts