Breaking News

ଡେଲାଙ୍ଗରେ ଭାରତ ବନ୍ଦ ଆଶିଂକ ସଫଳ


 ଡେଲାଙ୍ଗ--- ଡେଲାଙ୍ଗରେ ଏସ୍‌. ୟୁ,ସି, ଆଇ ପକ୍ଷରୁ ଭାରତ ବନ୍ଦ ପାଳନ କରାଯାଇଛି । ଅତ୍ୟବଶ୍ୟକୀୟ ସାମଗ୍ରୀ ସଂଶୋଧନ ଆଇନ, ଘରୋଇ ମଣ୍ଡି, ଚୁକ୍ତି ଚାଷ ଓ ବିଦ୍ୟୁତ ସଂଶୋଧନ ଅଧ୍ୟାଦେଶ ୨୦୨୦କୁ ରଦ୍ଦ କରିବା ଦାବୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା  ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହାକୁ ସମର୍ଥନ କରି ଡେଲାଙ୍ଗଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ଓ ଏସ,ୟୁ,ସି, ଆଇ ( କମ୍ୟୁନିଟ) ପାର୍ଟି ପକ୍ଷରୁ ଡେଲାଙ୍ଗ ଷ୍ଠେସନ ବଜାର ବନ୍ଦ କରାଯାଇଛି । ସଂଗଠନର କର୍ମୀମାନେ ହାତରେ ବ୍ୟାନର ଧରି ଡେଲାଙ୍ଗ ଷ୍ଟେସନ ବଜାର ବନ୍ଦ କରିବା ସହ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ କାର୍ଯ୍ୟାଳୟ ବନ୍ଦ କରିଥିଲେ । ଏସ, ୟୁ, ସି, ଆଇ ଡେଲାଙ୍ଗ ଆଞ୍ଚଳିକ କମିଟିର  ସମ୍ପାଦକ କମ୍ରେଡ ଦୀନବଂଧୁ ପରିଡ. ଏ ଆଇ,କେ, କେ ଏମ. ଏସ, ର ବ୍ଳକ ସମ୍ପାଦକ କମ୍ରେଡ ବଟକୃଷ୍ଣ ସ୍ୱାଇଁ, ସଂଗଠନର ପୁରୀ ଜିଲ୍ଲା କମିଟିର ସଭାପତି କମ୍ରେଡ ଗଙ୍ଗାଧର ପ୍ରଧାନ ଏହି ଆନ୍ଦୋଳନର ନେତ୍‌ୃତ୍ୱ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମ ଚରଣ ଜେନା, ତ୍ରିନାଥ ପ୍ରଧାନ, ଟୁକୁନା ବେହେରା,ଜଗବଂଧୁ ସ୍ୱାଇଁ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ ହୋଇଥିବାର ଦେଖାଯାଇଥିଲା । ଡେଲାଙ୍ଗରେ ଏଥିଯୋଗୁ ରାସ୍ତା ଘାଟରେ ଭାରିଯାନ ଯିବା ଆସିବା ନଥିଲା । ଡେଲାଙ୍ଗ- ପଟ୍ଟନାୟକିଆରାସ୍ତା ସମ୍ପୁର୍ଣ୍ଣ ଫାଙ୍କା ପଡିଥିଲା । କାଁ ଭାଁ ଦେକାନ ବଜାର ଖୋଲିଥିବାର ଦେଖାଯାଇଥିଲା । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୬/୩/୨୦୨୧--- ୧,୪୦

Blog Archive

Popular Posts