କୋଡିଏ ଟଙ୍କାରେ ଚାରିକେଜି ଆଳୁ, ଚାଷୀଙ୍କୁ ଶୋଷଣ କରୁଛନ୍ତି ଦଲାଲ; ଶୀତଳ ଭଣ୍ଡାର ଅଚଳ
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଗବକୁଣ୍ଡ, ମହୁରା, ରାୟଖଣ୍ଡୀ ଏପରିକି ନଦୀ ପାଖ ଅଞ୍ଚଳରେ ଏବେ ଆଳୁ ଚାରିକେଜିକୁ ୨୦ଟଙ୍କା ବିକ୍ରୟ କରୁଥବା ଆଳୁ ଚାଷୀ ମାନେ କହନ୍ତି । ଫନି ବାତ୍ୟାରେ ସାତଶଙ୍ଖ ସ୍ଥିତ ମା ଉତ୍ତରାୟଣୀ ଶୀତଳ ଭଣ୍ଡାର ଅଚଳ ହୋଇପଡିଛି । ଏ ସମ୍ପର୍କରେ ଚାଷୀଙ୍କ ଠାରୁ ସମବାୟ ସମିତି ଓ ଶୀତଳ ଭଣ୍ଡାର ପରିଚାଳନା କମିଟି ରାଜ୍ୟ ସରକାରଙ୍କ ଠାରୁ ପୁରୀ ଜିଲ୍ଲା ପାଳଙ୍କ ନଜରକୁ ଆଣିଥିଲେ ମଧ୍ୟ କୌଣସି ଲାଭ ମିଳିଲା ନାହିଁ ଯାହା ଫଳରେକି ଶୀତଳ ଭଣ୍ଡାର ଏବେ ଅଚଳ ହୋଇପଡିଛି । ଏହି ଶୀତଳ ଭଣ୍ଡାର ଉପରେ ସତ୍ୟବାଦୀ, ଡେଲାଙ୍ଗ, ପିପିଲି, ବଲଙ୍ଗା, ନିମାପଡା, ପୁରୀସଦର, କଣାସ ଆଦି ଅଞ୍ଚଳର ଶତାଧିକ ଆଳୁ ଚାଷୀ ମାନେ ଆଳୁ ରଖି ଦି ପଇସା ଲାଭ କରିଥାନ୍ତି । ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ନିଶ୍ଚିତ ଥିଲେ ଯେ ସାତଶଙ୍ଖ ଶୀତଳଭଣ୍ଡାର ଭାଙ୍ଗି ଦେବାପାଇଁ ଏକ ଯୋଜନା କରାଯାଇଛି ବୋଲି ଚାଷୀ ମାନେ ଜାଣି ପାରିନଥିଲେ । ଶହ ଶହ ହେକ୍ଟର ଅଞ୍ଚଳରେ ଚାଷୀ ମାନେ ଆଳୁ ଚାଷ କରିଛନ୍ତି । ପାଗ ଭଲ ଥିବାରୁ ଆଳୁ ଫସଲ ଏବର୍ଷ ବହୁତ ଭଲ ହୋଇଥିଲା । ମାତ୍ର ଆଳୁ ରଖିବା ପାଇଁ ଚାଷୀ ମାନଙ୍କ ପାଇଁ କୌଣସି ବାଟନାହିଁ । ଶେଷରେ ଚାଷୀ ମାନେ ଆଳୁ ଖୋଳିବା ପରେ ଚାଷୀ ମାନେ ବାଧ୍ୟ ହୋଇ ଦଲାଲ ଆଳୁ ବେପାରୀଙ୍କୁ କୁଇଣ୍ଟାଲ ପ୍ରତି ୫ରୁ୬ଶହ ଟଙ୍କାରେ ବିକ୍ରୟ କରିବାକୁ ବାଧ୍ୟ ହେଉଛି । ଅନ୍ୟ ପକ୍ଷେ ବଜାରରେ ଆଳୁ କିଲୋପ୍ରତି ୧୦ଟଙ୍କାରୁ କମ ହେଉନାହିଁ । ତୁରନ୍ତ ରାଜ୍ୟ ସରକାର ଓ ପୁରୀ ଜିଲ୍ଲାପାଳଚାଷୀ ମାନଙ୍କର ଉନ୍ନତି ପାଇଁ ଯୁଦ୍ଧ କାଳୀନ ମଧ୍ୟରେ ସାତଶଙ୍ଖ ଶୀତଳଭଣ୍ଡାର ମରାମତି କରିବା ପାଇଁ ଚାଷୀ ସଂଗଠନ ପକ୍ଷରୁ ଦାବି ହେଉଛି ।
20 tankera 4 kg alau, Sakhigopla News , 19/3/2021----4.35 A.m
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୩/୨୦୨୧----୪,୩୫