Breaking News

ଡେଲାଙ୍ଗ ବ୍ଳକର ସ୍ଥାୟୀ ଛତୁଆ ଉତ୍ପାଦନ କେନ୍ଦ୍ର ଉଦଘାଟିତ


 ଡେଲାଙ୍ଗ---- ଡେଲାଙ୍ଗ ମିଶନ ଶକ୍ତି ମହାିଳା ମହାସଂଘ ପକ୍ଷରୁ ହରିରାଜପୁର ଗ୍ରାମ ପଞ୍ଚାୟତର ଟାଙ୍ଗିଭଁସର ଗ୍ରାମରେ ୫୦ ଲକ୍ଷ ଟଙ୍କା ବ୍ୟାୟରେ ଆଧୁନିକ ଜ୍ଞାନ କୌଶଳରେ ସ୍ଥାୟୀ ଛତୁଆ ଉତ୍ପାଦନ କେନ୍ଦ୍ର ବୁଧବାର ଲୋକାର୍ପିତ ହୋଇଯାଇଛି । ଏଠାରେ ଶିଶୁ, ଗର୍ଭବତୀ, ପ୍ରସ୍ତୁତି ଓ ମା ମାନଙ୍କ ପାଇଁ ଛତୁଆ ପ୍ରସ୍ତୁତି କରାଯିବ ।  କାର୍ଯ୍ୟାଳୟ, ଉତ୍ପାଦନକେନ୍ଦ୍ର ଗୃହ, ଗୋଦାମ ଗୃହ, ଶୌଚାଳୟ ସହିତ ନୂତନ ଜ୍ଞାନ କୌଶଳର ଯନ୍ତ୍ରପାତି  କ୍ରୟ କରିବା ପାଇଁ ମହାସଂଘ ପକ୍ଷରୁ ୫୦ ଲକ୍ଷଟଙ୍କା ବ୍ୟାୟ କରାଯାଇଛି ବୋଲି ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ କହନ୍ତି । ମହସଂଘର ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ଉଦଘାଟନ ଉତ୍ସବରେ ଡେଲାଙ୍ଗ ବ୍ଳକର ପୁର୍ବତନ ବିଡିଓ କ୍ଷିରୋଦ୍ର ପ୍ରଧାନ, ଜଟଣୀର ପୂର୍ବତନ ବିଧାୟକବିଭୂତି ଭୂଷଣ ବଳବନ୍ତରୟ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଦୀପକ ଜେନା, ଖୋର୍ଦ୍ଧାଜିଲ୍ଲା ବିଜେଡି କୋଷାଧ୍ୟକ୍ଷ ରାଜ କିଶୋର ସ୍ୱାଇଁ, ଡିଏସଡ୍ରୁ୍ୟଓ ପୁଷ୍ପାଞ୍ଜନଳି ମହାପାତ୍ର, ମିଶନ ଶକ୍ତି ଡିପିସି ଆରତୀ ସାହୁ, ଡେଲାଙ୍ଗ ବ୍ଳକ ଶିଶୁ ପ୍ରକଳ୍ପ ଅଧିକାରୀଣି ହାରାମଣୀ ନାୟକ, ଡେଲାଙ୍ଗ ଅଙ୍ଗନୱାଡି  ସଂଘର ସମ୍ପାଦିକା ମମତା ବରାଳ, ଆଇସିଡିଏସ ସୁପରଭାଇଜର ମାନେ ଯୋଗ ଦେଇଥିଳେ । ଏହି ଶୁଭ ଉଦଘାଟନରେ କର୍ତ୍ତା ଭାବେ ବିଦ୍ୟାଧର ସାହୁ କର୍ତ୍ତୀ ଭାବେ ବାସନ୍ତୀ ସାହୁ ପୂଜାରେ ବସିଥିବା ବେଳେମୁଖ୍ୟ ପୁରୋଧା ଭାବେ କାମପାଳ ମିଶ୍ର ରହିଥିଲେ । ଭାରତୀ ଚମ୍ପତ୍ତି, ପ୍ରତିମା ଦାସ, ବନୀତା ଦାଶ, କଳ୍ପନା ପରିଡା, ସୂର୍ଣ୍ଣମୟୀ ଜେନା, ପୁଷ୍ପାଞ୍ଜଳି ସୁନ୍ଦରାୟ, ପ୍ରଭାସିନୀ, ରମା, ମମତା, ଶୁଭଲକ୍ଷ୍ମୀ ସ୍ୱାଇଁ, କଳ୍ପନା ପରିଡା, ପ୍ରସାଦିନୀ, ଚିନ୍ମୟୀ, ରୁନା ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୪/୩/୨୦୨୧

Blog Archive

Popular Posts