Breaking News

ଜାତୀୟ ଜଙ୍ଗଲ ଦିବସ ପାଳିତ


ଡେଲାଙ୍ଗ -----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଶ୍ରୀପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ଜଙ୍ଗଲ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜଳନ୍ଧର ବେହେରାଙ୍କ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ସଭାରେ ବିଜ୍ଞାନ ଶିକ୍ଷକ ରତ୍ନାକର ଚମ୍ପତି ଓ ମିହିର ମିଶ୍ର ଆଜିର ଦିବସର ଗୁରୁତ୍ଵ  ସମ୍ପର୍କରେ  ନିଜର ମନ୍ତବ୍ୟରେ ଜଙ୍ଗଲର ଉପକାର ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ବୁଝାଇଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବକ୍ତୁତା, ପ୍ରବନ୍ଧ ଓ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିକ୍ଷୟତ୍ରୀ ବିନୋଦିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଶିକ୍ଷକ ବସନ୍ତ ପ୍ରଧାନ, ସନ୍ତୋଷ କୁମାର କୁଣ୍ଡୁ,ସତ୍ୟବ୍ରତ ମିଶ୍ର , ସ୍ନେହଲତା ସାହୁ ପ୍ରମୁଖ ସହକର୍ମୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୨୨/୩/୨୦୨୧----୬,୧୦

Blog Archive

Popular Posts